ଭୋପାଳ: ମର୍ମନ୍ତୁଦ ସଡକ ର୍ଦୁଘଟଣାରେ 4 ମୃତ । ମଧ୍ୟପ୍ରଦେଶ ମାଣ୍ଡଲା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 45 କିଲୋମିଟର ଦୂରରେ ବିଛିୟା ରାଜପଥରେ ଗୁରୁବାର ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4 ଜଣ ଲୋକ ଗାଡିରେ ଫସି ରହିଛନ୍ତି ।
ଟ୍ରକ ସହ ପିକଅକ ଭ୍ୟାନ ମୁହାଁମୁହିଁ ଧକ୍କା, 4 ମୃତ - ର୍ଦୁଘଟଣା
ମଧ୍ୟପ୍ରଦେଶ ମାଣ୍ଡଲା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 45 କିଲୋମିଟର ଦୂରରେ ବିଛିୟା ରାଜପଥରେ ଗୁରୁବାର ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4 ଜଣ ଲୋକ ଗାଡିରେ ଫସି ରହିଛନ୍ତି ।
କ ପିକଅକ ଭ୍ୟାନ ମୁହାଁମୁହିଁ ଧକ୍କା
ସୂଚନା ଅନୁଯାୟୀ, ଗୁରୁବାର ସକାଳେ ବିଛିୟା ରାଜପଥରେ ଏକ ଟ୍ରକ ସାମ୍ନା ପଟୁ ଆସୁଥିବା ପିକଅକ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ 4 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4 ଜଣ ଗାଡିରେ ଫସି ରହିଛନ୍ତି । ଗ୍ୟାସ କଟର ସାହାଯ୍ୟରେ ଗାଡିକୁ କଟାଯାଇ ଫସିଥିବା 4 ଜଣ ଲୋକଙ୍କୁ ବାହାର କରାଯିବା ନେଇ ଉଦ୍ୟମ ଜାରି ରହିଛି । ଖବର ପାଇ ପୋଲିସ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ