ଓଡିଶା

odisha

ETV Bharat / bharat

ଅମୃତସରରେ ବିଷାକ୍ତ ମଦ ପିଇ 4 ମୃତ, ତଦନ୍ତ ଜାରି

ବିଷାକ୍ତ ମଦ ପିଇ ଅମୃତସରରେ 4 ମୃତ। ଏହି ଅଘଟଣଟି ଗୁରୁବାର ମୁଚାଲ ଗ୍ରାମରେ ଘଟିଛି। ଘଟଣାକୁ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅମ୍ରିତସରରେ ବିଷାକ୍ତ ମଦ ପିଇ 4 ମୃତ, ତଦନ୍ତ ପ୍ରକ୍ରିୟା ଜାରି
ଅମ୍ରିତସରରେ ବିଷାକ୍ତ ମଦ ପିଇ 4 ମୃତ, ତଦନ୍ତ ପ୍ରକ୍ରିୟା ଜାରି

By

Published : Jul 31, 2020, 7:54 AM IST

Updated : Jul 31, 2020, 8:20 AM IST

ଅମୃତସର: ବିଷାକ୍ତ ମଦ ପିଇ ଅମୃତସରରେ 4 ମୃତ। ଏହି ଅଘଟଣଟି ଗୁରୁବାର ମୁଚାଲ ଗ୍ରାମରେ ଘଟିଛି। ଘଟଣାକୁ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, 6 ଜଣଙ୍କର ମୃତ୍ୟୁ ହୋଇଛି କିନ୍ତୁ 4 ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତଦନ୍ତ ଅଧିକାରୀ ଅମୋଲକ ସିଂ କହିଛନ୍ତି ଯେ ଏଠାରେ 4 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଘଟଣାର ସତ୍ୟତା ନେଇ ଅନୁସନ୍ଧାନ ଜାରି ରହିଛି।

''ଗ୍ରାମରେ ଲୋକମାନେ ଏହି ବିଷାକ୍ତ ମଦ ବହୁଳ ମାତ୍ରାରେ ପ୍ରସ୍ତୁତ କରୁଛନ୍ତି। ତେବେ ମୋ ବାପା କାଲି ଏହି ମଦ ପିଇଥିଲେ। ଏହାପରେ ସେ ଅସୁସ୍ଥ ଅନୁଭବ କରିବା ସହ ତାଙ୍କ ବ୍ଲଡପ୍ରେସର ବଢିଯାଇଥିଲା। ତେବେ ଘଟଣା ପରେ ଡାକ୍ତରଙ୍କୁ ଡାକିଲି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସି ନଥିଲା।

ପରେ ମୁଁ ତାଙ୍କୁ ଡାକ୍ତରଖାନାକୁ ନେଇଥିଲି,ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହା ଜଣେ ମୃତକଙ୍କ ପୁଅ ପ୍ରକାଶ କରିଛନ୍ତି। କିନ୍ତୁ ଏହି ବିଷାକ୍ତ ମଦ ପ୍ରସ୍ତୁତ କରିଥିବା ଲୋକଙ୍କୁ ଧରାଯାଉ ନାହିଁ ବୋଲି ହରଜିତ ସିଂ କହିଛନ୍ତି।''

Last Updated : Jul 31, 2020, 8:20 AM IST

ABOUT THE AUTHOR

...view details