ଓଡିଶା

odisha

ETV Bharat / bharat

ଘରୋଇ ବିମାନ ସେବା ଆରମ୍ଭ: 3 ବିମାନରେ 4 କୋରୋନା ପଜିଟିଭ୍

ଦେଶରେ କୋରୋନା ସଙ୍କଟ ଜାରି ରହିଛି। 2 ମାସ ପରେ 25 ମେ ରେ ସରକାର ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଯାହା ଲକଡାଉନର ଅସମ୍ପୂର୍ଣ୍ଣ ନୀତି ଉପରେ ପ୍ରଶ୍ନ ସୃଷ୍ଟି କରୁଛି।

domestic flight
ଘରୋଇ ବିମାନ ସେବା ଆରମ୍ଭ

By

Published : May 27, 2020, 9:51 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ଜାରି ରହିଛି। 2 ମାସ ପରେ 25 ମେ ରେ ସରକାର ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଯାହା ଲକଡାଉନର ଅସମ୍ପୂର୍ଣ୍ଣ ନୀତି ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ମେ 25 ରେ ଚେନ୍ନାଇରୁ କୋଏମ୍ବାଟୁର ଅଭିମୁଖେ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ କୋରୋନା ପଜିଟିଭ୍ ଥିବା ଜଣାପଡିଛି। ଏହା ବ୍ୟତୀତ ଅନ୍ୟ 3 ଜଣ ଯାତ୍ରୀ ମଧ୍ୟ ବିଭିନ୍ନ ବିମାନରେ କୋରୋନା ପଜିଟିଭ୍ ଥିବା ଦେଖିବାକୁ ମିଳିଛି ।

ସେହିପରି ଦିଲ୍ଲୀରୁ ଲୁଧିଆନା ଆଲାଇନ୍ସ ଏୟାର ବିମାନରେ ଜଣେ କୋରୋନା ସଂକ୍ରମିତ ରୋଗୀ ମଧ୍ୟ ମିଳିଥିବାର ନିଶ୍ଚିତ ହୋଇଛି। ଏହା ପରେ ଖବର ଆସିଲା ଯେ ମେ 21ରେ ଦିଲ୍ଲୀକୁ ଆସିଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ କ୍ୟାବିନ୍ କ୍ରିଉ କୋରୋନା ପଜିଟିଭ୍ ଥିଲେ। ଅର୍ଥାତ୍ 3ଟି ବିମାନରେ 4 ଜଣ କୋରୋନା ସଂକ୍ରମିତ ରୋଗୀ ଥିବା ଜଣାପଡିଛି ।

ABOUT THE AUTHOR

...view details