ଓଡିଶା

odisha

ETV Bharat / bharat

ଭୂକମ୍ପ ଝଟକାରେ ଦୋହଲିଲା ନିକୋବର ଦ୍ବୀପ

ନିକୋବର ଦ୍ବୀପରେ ସୋମବାର ମଧ୍ୟରାତ୍ରିରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ରାତି ପ୍ରାୟ 2 ଟାରୁ 4 ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.5 ଥିଲା ।

By

Published : May 21, 2019, 9:14 AM IST

ପ୍ରlତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ନିକୋବର ଦ୍ବୀପରେ ସୋମବାର ମଧ୍ୟରାତ୍ରିରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ରାତି ପ୍ରାୟ 2 ଟା 4 ସମୟରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.5 ଥିଲା । ତେବେ ଏବେ ସୁଦ୍ଧା ଏହାର କ୍ଷୟକ୍ଷତି ସମ୍ବନ୍ଧରେ ଆକଳନ କରାଯାଇନାହିଁ ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଶୁକ୍ରବାର ନିକୋବର ଦ୍ବୀପପୁଞ୍ଜ ଏବଂ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ ହୋଇଥିଲା । 2 ଥର ଭୂକମ୍ପ ଝଟକାରେ ଦୋହଲିଥିଲା ନିକୋବର । ପ୍ରଥମ ଝଟକା ରାତି 11 ଟା 59 ରେ ହୋଇଥିବା ବେଳେ ଦ୍ବିତୀୟ ଝଟକା 12 ଟା 35 ରେ ହୋଇଥିଲା ।

ABOUT THE AUTHOR

...view details