ଭୋପାଳ: ସୂଚନା ଅଧିକାର ଆଇନ ବଳରେ ସରକାରଙ୍କ କାର୍ଯ୍ୟ ସମ୍ପର୍କରେ ଆମେମାନେ ଅବଗତ ହୋଇପାରୁ । ଏଥିପାଇଁ ଜରୁରୀ ଉତ୍ତର ପାଇଁ ସମ୍ପୃକ୍ତ ବିଭାଗକୁ ଆମେମାନେ ସୂଚନା ଅଧିକାର ଆଇନ ମାଧ୍ୟମରେ ପ୍ରଶ୍ନ ପଚାରି ଥାଉ । ତେବେ ନିକଟରେ ସମସ୍ତଙ୍କୁ ତାଜୁବ କରିବା ଭଳି ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ସୂଚନା ଅଧିକାର କର୍ମୀ ତଥା ସାମ୍ବାଦିକ ଜିନେନ୍ଦ୍ର ସୁରାନା ଡାକ ବିଭାଗରୁ କିଛି ସୂଚନା ପାଇଁ ସୂଚନା ଅଧିକାର ମାଧ୍ୟମରେ ଜାଣିବାକୁ ଚାହିଁଥିଲେ । ଏନେଇ ସୁରାନା କହିଛନ୍ତି କି, ଅନଲାଇନରେ ଡାକ ବିଭାଗର ସମ୍ପତ୍ତି ସମ୍ପର୍କରେ ଜାଣିବାକୁ ଆବେଦନ କରିଥିଲେ । ପ୍ରଶ୍ନ କରିଥିଲେ କି ବିଭାଗର ଅଚଳ ସମ୍ପତ୍ତିର ବଜାରରେ ଦର କେତେ ଏବଂ ବୁକ ଭାଲ୍ୟୁ କେତେ ହେବ ।ତେବେ ବିଭାଗ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ସମସ୍ତ ଡାକ ବିଭାଗର ମୁଖ୍ୟ ଏବଂ ପୋଷ୍ଟ ମାଷ୍ଟରକୁ ଦିଆଯାଇଥିଲା ।
ଏହା ଫଳରେ ଏହାର ଉତ୍ତର ଦାୟିତ୍ବ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସମସ୍ତ ଡାକ ଅଧିକ୍ଷକଙ୍କ ଉପରକୁ ଆସିଥିଲା । ଏହା ସହିତ ନିର୍ଦ୍ଦେଶ ଥିଲା କି ଆବେଦନକର୍ତ୍ତାଙ୍କୁ ସେମାନେ ସିଧାସଳଖ ଭାବେ ଉତ୍ତର ଦେବେ । ଏହା ପରେ ଡାକ ବିଭାଗର କର୍ମଚାରୀମାନେ ଉତ୍ତର ପଠାଇବା ଆରମ୍ଭ କରିଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ଅଧିକାରୀମାନେ ଉତ୍ତର ପଠାଇବା ଆରମ୍ଭ କରିଥିଲେ ।