ନୂଆଦିଲ୍ଲୀ: ସୁବୁଆଡେ କୋରୋନାର ଆତଙ୍କ । ଏଥିରୁ ବର୍ତ୍ତିବା ପାଇଁ ନିଆଯାଉଛି ଅନେକ ପଦକ୍ଷେପ । ବର୍ତ୍ତମାନ ଦେଶରେ ଲକଡାଉନ ଜାରି ରହିଛି । ଏନେଇ ଲୋକଙ୍କୁ ନିଜ ଘରେ ବନ୍ଦ ରହିବାକୁ ସରକାର ଅପିଲ କରିଛନ୍ତି । ଏହି ସମୟରେ ସମସ୍ତ ବ୍ୟବସାୟ ସଂସ୍ଥା ସହ ମଲ, ହୋଟେଲ ମଧ୍ୟ ବନ୍ଦ ରଖାଯାଇଛି । ଆଉ ଅତ୍ୟଧିକ ଲୋକଙ୍କ ସଂସ୍ପର୍ଶରେ ନଆସିବାକୁ ବାରମ୍ବାର କୁହାଯାଉଛି ।
କୋରୋନା ଭୟ: ତିହାର ଜେଲରୁ ଜାମିନରେ ବାହାରିଲେ 356 କଏଦୀ - ଜାମିନରେ 356 ଜଣ କଏଦୀ
କୋରୋନା ପାଇଁ ତିହାର ଜେଲର 356 ଜଣ କଏଦୀଙ୍କୁ ମିଳିଲା 45 ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନ । ଅଧିକ ପଢନ୍ତୁ...
ତିହାର ଜେଲରୁ 45 ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନରେ 356 ଜଣ କଏଦୀ
ଏହି ପ୍ରରିପେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ସ୍ଥିତ ତିହାର ଜେଲର କଏଦୀ ମାନଙ୍କୁ 45 ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନରେ 356 ଜଣ କଏଦୀ ଏବଂ 63 ଜଣଙ୍କୁ 8 ସପ୍ତାହର ଜରୁରୀକାଳୀନ ପାରୋଲରେ ମୁକ୍ତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ତିହାର ଜେଲର ଅଧିକାରୀ ।