ମୁମ୍ବାଇ: ଦେଶରେ ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟରେ ଧାରା 144 ଓ କ୍ବାରେଣ୍ଟାଇନ ଗାଇଡଲାଇନକୁ ଉଲ୍ଲଂଘନ କରି ମହାରାଷ୍ଟ୍ର ପୋଲିସ ଏପର୍ଯ୍ୟନ୍ତ 35,000 ରୁ ଅଧିକ ମାମଲା ରୁଜୁ କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, କୋରୋନା ବିସ୍ତାରକୁ ବନ୍ଦ କରିବା ଏବଂ ବନ୍ଦକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ମାର୍ଚ୍ଚ 22ରୁ କଡା ଆଭିମୁଖ୍ୟ ଗ୍ରହଣ କରିବା କରିଛି । ସମସ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା 188 ଅନୁଯାୟୀ ମାମଲା ରୁଜୁ କରାଯାଇଛି ।