ଓଡିଶା

odisha

ETV Bharat / bharat

ସାମ୍ବାଦିକଙ୍କ ଜୀବନ ନେଲା କୋରୋନା - Telangana

ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ସାମ୍ବାଦିକ ସମସ୍ତେ ଏବେ କୋରୋନା ଆକ୍ରାନ୍ତ । ତେଲୁଗୁ ଟିଭି ଚ୍ୟାନେଲରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କ ଜୀବନ ନେଲା କୋରୋନା
ସାମ୍ବାଦିକଙ୍କ ଜୀବନ ନେଲା କୋରୋନା

By

Published : Jun 8, 2020, 9:34 AM IST

ହାଇଦ୍ରାବାଦ: ମହାମାରୀ କୋରୋନାର ଅନ୍ୟତମ ଯୋଦ୍ଧା ସାମ୍ବାଦିକ । ମହାମାରୀର ମହା ଲଢେଇରେ ହାରିଯାଇଛନ୍ତି ଜଣେ ଯୋଦ୍ଧା । କୋରୋନା ସଂକ୍ରମିତ ହୋଇ ଜଣେ 33 ବର୍ଷୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ସେ ତେଲୁଗୁ ଟିଭି ଚ୍ୟାନେଲ ପାଇଁ କାମ କରୁଥିଲେ ।

ରବିବାର ହାଇଦ୍ରାବାଦସ୍ଥିତ ଗାନ୍ଧୀ ହସ୍ପିଟାଲରେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଜୁନ 4 ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅନ୍ୟତ୍ର ହସ୍ପିଟାଲ ପଠାଯାଇଥିଲା । ସେଠାରେ ତାଙ୍କର ରିପୋର୍ଟ କୋରୋନା ପଜିଟିଭ ବାହାରିଥିଲା ।

ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଉକ୍ତ ସାମ୍ବାଦିକ ଜଣକ ନିମୋନିଆ ଟାଇପ-1 ଶ୍ବାସକ୍ରିୟା ଓ ଆକ୍ୟୁଟ ଶ୍ବାସକ୍ରିୟା ସିଣ୍ଡ୍ରୋମ ଜନିତ ରୋଗରେ ପୀଡିତ ଥିଲେ । ମାୟାଷ୍ଟେନିଆ ଗ୍ରାଭିସ୍ ରେ ମଧ୍ୟ ପୀଡିତ ଥିଲେ । ଏହା ଏକ ସ୍ନାୟୁ-ମାଂସପେଶୀ ରୋଗ ଯାହାକି କଙ୍କାଳ ଓ ମାଂସପେଶୀ ଦୁର୍ବଳ କରିଥାଏ ।

ତେଲେଙ୍ଗାନାରେ ଗତ ସପ୍ତାହ ମଧ୍ୟରେ 13 ଜଣ ସାମ୍ବାଦିକ କୋରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରବିବାର ସୁଦ୍ଧା 154ଜଣ ଚିହ୍ନଟ ହେବା ପରେ ମୋଟ କୋରୋନା ସଂକ୍ରମିତ ମାମଲା 3650ରେ ପହଞ୍ଚିଛି । 14 ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 137 ରହିଛି ।

ABOUT THE AUTHOR

...view details