ନୂଆଦିଲ୍ଲୀ: ଦୀର୍ଘଦିନ ପରେ ପାକ ଜେଲରୁ ମୁକୁଳିବେ ବନ୍ଦୀ ଭାରତୀୟ । ଏମାନଙ୍କ ଭିତରେ 100 ଜଣ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନର ତାର ସମସ୍ତ ପର୍ଯ୍ୟାୟ ଶେଷ କରିଛି । ଏହାସହ ସୋମବାର ସୁଦ୍ଧା ଏହି ସମସ୍ତ ମତ୍ସ୍ୟଜୀବୀ ମୁକ୍ତି ପାଇବେ ବୋଲି ସୂଚନା ମିଳିଛି ।
ପାକିସ୍ତାନ ଜେଲରୁ ମୁକୁଳିବେ 360 ଭାରତୀୟ ବନ୍ଦୀ
ପାକିସ୍ତାନ ଜେଲରୁ ମୁକୁଳିବେ ବନ୍ଦୀ ଭାରତୀୟ । କଏଦୀମାନଙ୍କ ସଜ୍ଜା ଶେଷ ହେବା ପରେ 360 ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ତେବେ ପାକିସ୍ତାନରେ ବନ୍ଦୀଥିବା 385 ମତ୍ସ୍ୟଜୀବୀ ଓ 10 ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତି କରିବା ପାଇଁ ଭାରତ ତାର ଅନୁରୋଧ ପତ୍ରରେ ପାକିସ୍ତାନ ହାଇକମିଶନରଙ୍କୁ ଲେଖିଛି । ଏହାସହ ବନ୍ଦୀ ଥିବା ସମସ୍ତ ଭାରତୀୟ କଏଦୀଙ୍କ ପ୍ରତି ଭାରତ ଗଭୀର ଦୁଃଖ ଓ ଆନୁଗତ୍ୟ ପ୍ରକାଶ କରିଛି । ପାକିସ୍ତାନ ଜେଲରେ ଥିବା ଭାରତୀୟ କଏଦୀଙ୍କ ସଜ୍ଜା ଶେଷ ହେବା ପରେ ସେମାନଙ୍କୁ ବନ୍ଦୀ ରଖାଯାଇଥିବା ପତ୍ରରେ ଉଲ୍ଲେଖ କରିଛି ଭାରତ ।
ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଜେଲରେ ବନ୍ଦୀ ଥିବା କଏଦୀମାନଙ୍କ ନିୟମିତ କାଉନସେଲିଂ କରାଯାଏ । ହେଲେ ଏହାକୁ ପାକିସ୍ତାନ ଖଣ୍ଡନ କରିଛି । ତେବେ ଏବେ ସୁଦ୍ଧା ନିଖୋଜ ଥିବା ସମସ୍ତ ସୁରକ୍ଷା କର୍ମୀଙ୍କୁ ପାକିସ୍ତାନରେ ବନ୍ଦୀ କରାଯାଇଥିବା ଭାରତ ଆରୋପ ଲଗାଇଛି । ତେବେ ଆଗାମୀ ଦିନରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସମସ୍ତ କଏଦୀଙ୍କୁ ମୁକ୍ତି ପାଇଁ ଭାରତ ଅନୁରୋଧ କରିଛି ।