ଶ୍ରୀନଗର: ଜମ୍ମୁ କାଶ୍ମୀର ଲାଇଟ୍ ଇନଫାଣ୍ଟ୍ରି ରେଜିମେଣ୍ଟାଲ ସେଣ୍ଟର ଶନିବାର ଜମ୍ମୁ କାଶ୍ମୀର ଏବଂ ଲଦାଖ ଅଞ୍ଚଳର 301 ଯୁବକଙ୍କୁ ସେନାରେ ସାମିଲ ସହ ବ୍ୟାଚ ପ୍ରଦାନ କରିଛି । ଏହାସହ ଏହି ସମସ୍ତ ଯବାନ ଭାରତୀୟ ବାୟୁସେନାରେ ଯୋଗ ଦେବେ । ଏକ ବର୍ଷର କଠିନ ପ୍ରଶିକ୍ଷଣ ପରେ ବାନା ସିଂ ପ୍ୟାରେଡ୍ ଗ୍ରାଉଣ୍ଡରେ 10 ଅକ୍ଟୋବର 2010ରେ ଏକ ଚମତ୍କାର ପରେଡର ଆୟୋଜନ କରାଯାଇଥିଲା ।
ଚିନାର କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ବି.ଏସ୍ ରାଜୁଙ୍କ ଦ୍ବାରା ପରେଡ ସମୀକ୍ଷା କରାଯାଇଥିଲା । ରେଜିମେଣ୍ଟର ଯୁବ ସୈନିକ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଭାଗରୁ ଯୋଗ ଦେଇଥିଲେ । ଏହାସହ ରେଜିମେଣ୍ଟାଲ୍ ଗୀତ ମଧ୍ୟ ଗାଇଥିଲେ । ଲେଫ୍ଟନାଣ୍ଟ ଜେନେରାଲ ବି.ଏସ୍ ରାଜୁ ଯୁବ ସୈନିକଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶ ପ୍ରତି ନିଃସ୍ବାର୍ଥପର ସେବାରେ ପ୍ରଭାବିତ ହେବାକୁ କହିଥିଲେ ।