ଓଡିଶା

odisha

ETV Bharat / bharat

ସିଗନାଲ ନ ମିଳିବା ପରେ, ଇସ୍ରୋ କେନ୍ଦ୍ରରେ ଛାଇ ରହିଲା 30 ମିନିଟ କାଳ ନିରବତା - ଚନ୍ଦ୍ରାଯାନ-2 ସହିତ ଯୋଗାଯୋଗ ବିଚ୍ଛିନ୍ନ

ଚନ୍ଦ୍ରଯାନ-2 ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ସିଗନାଲକୁ ନିୟନ୍ତ୍ରଣକୁ ଆଣିବାକୁ ଅନବରତ ପ୍ରୟାସ ଜାରି ରଖିଥିଲେ ବୈଜ୍ଞାନିକ । କିନ୍ତୁ ଏଥିରେ ବିଫଳ ହେବା ପରେ ଇସ୍ରୋ ସେଣ୍ଟର ତଥା କକ୍ଷରେ କିଛି ସମୟ ପାଇଁ ଛାଇ ରହିଲା ନୀରବତା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Sep 7, 2019, 10:44 AM IST

ବେଙ୍ଗାଲୁରୁ: ବିଫଳ ହୋଇଛି ଚନ୍ଦ୍ରଯାନ-2 । କିନ୍ତୁ ଏବେ ବି ଆଶା ଆଶଙ୍କା ସହ ଚମତ୍କାରକୁ ଅପେକ୍ଷାରେ ଦେଶବାସୀ । ସବୁ ସୋପାନକୁ ଅତି ନିଖୁଣ ଭାବେ ପାର କରିଆସୁଥିଲା ଚନ୍ଦ୍ରଯାନ-2 । କିନ୍ତୁ ଶେଷ ମୂହୁର୍ତ୍ତରେ ଅଟକି ଯାଇଛି । ଚନ୍ଦ୍ରପୃଷ୍ଠରୁ ମାତ୍ର 2.1 କିମି ଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

ସଫଳତାର ସବୁ ପାହାଚ ଚଢି ଆସିଥିଲା ଚନ୍ଦ୍ରଯାନ । ଅପେକ୍ଷା ଥିଲା ଲ୍ୟାଣ୍ଡର 'ବିକ୍ରମ'ର ଲ୍ୟାଣ୍ଡିଂ ଆଉ ଇସ୍ରୋ ପାଇଁ ଥିଲା ଏକ ଅଗ୍ନିପରୀକ୍ଷା । ଆରମ୍ଭ ହୋଇଯାଇଥାଏ କାଉଣ୍ଟ ଡାଉନ । କେଇ ଘଣ୍ଟାର ଅପେକ୍ଷା ପରେ ଇତିହାସ ରଚିଥାନ୍ତା ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଦେବାରେ ଭାରତ ପ୍ରଥମ ଦେଶ ଭାବେ ଉଭା ହୋଇଥାନ୍ତା । କିନ୍ତୁ ସବୁ ଓଲଟା ପାଲଟା ହୋଇଗଲା । ଯେଉଁ ସମୟରେ ଲ୍ୟାଣ୍ଡିଂ କରିଥାନ୍ତି କିନ୍ତୁ ସମୟ ପୂର୍ବରୁ ହିଁ ଚନ୍ଦ୍ରଯାନ ଠାରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଗଲା । କିନ୍ତୁ ନିଜ ଦୀର୍ଘ ସମୟ ଯାଏଁ ଯୋଗାଯୋଗ ନିୟନ୍ତ୍ରଣ ଖୋଜୁଥାନ୍ତି ଭାରତୀୟ ବୈଜ୍ଞାନିକ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବାରମ୍ବାର ଚେଷ୍ଟା ସତ୍ତ୍ବେ ମିଳିଲାନି ସିଗନାଲ । ଆଉ ଏହା ପରେ ଇସ୍ରୋର ସେହି କଣ୍ଟ୍ରୋଲ ରୁମ ଛାଇ ରହିଲା ନୀରବତା । ଦୀର୍ଘ 30 ମିନିଟର ନୀରବତା ପରେ ଇସ୍ରୋ ବୈଜ୍ଞାନିକ ଘୋଷଣା କରଛନ୍ତି କି ଯୋଗଯୋଗ ମିଳି ନ ପାରିବାରୁ ଲ୍ୟାଣ୍ଡିଂର ତଥ୍ୟ ଜଣାପଡୁନାହିଁ ।

ତେବେ ଏବେ ବି ଏହି ପ୍ରକ୍ରିୟା ଜାରି ରହିଛି । ସିଗନାଲ ପାଇବା ନେଇ ବୈଜ୍ଞାନିକ ପ୍ରୟାସ କରୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କ ମନ ବଳ ବଢାଇବା ସହ ସଫଳତା ନିଶ୍ଚୟ ମିଳିବ ବୋଲି କହିଛନ୍ତି ।

ABOUT THE AUTHOR

...view details