ଖୋର୍ଦ୍ଧା: ଜିଲ୍ଲାରେ ପୁଣି 3 ଜଣ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ସେମାନେ ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି 2 ଜଣ ବାଣପୁର ବ୍ଲକର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ପୌରାଞ୍ଚଳ ନବିନାବାଗର ବୋଲି ଜଣା ପଡିଛି । ସେହପରି ବାଣପୁରରୁ କୋରୋନା ପଜିଟିଭ ଜଣେ ସୁରଟରୁ ଆସି କ୍ବାରେଣ୍ଟାଇନରେ ଥିଲେ ଓ ଅନ୍ୟଜଣକ ଚେନ୍ନାଇରୁ ଆସି ହୋମ କ୍ବାରେଣ୍ଟାଇନରେ ଥିଲେ ।
ଖୋର୍ଦ୍ଧାରେ ଆଉ 3 କୋରୋନା ପଜିଟିଭ, କଣ୍ଟେନ୍ମେଣ୍ଟ ଅଞ୍ଚଳରେ ବଢିଲା ସୁରକ୍ଷା - କଣ୍ଟେନ୍ମେଣ୍ଟ ଅଞ୍ଚଳରେ ବଢିଲା ସୁରକ୍ଷା
ଖୋର୍ଦ୍ଧା ଜିଲ୍ଲାରେ ପୁଣି 3 ଜଣ କୋରୋନା ପଜେଟିଭ ଚିହ୍ନଟ । ପଜିଟିଭ ରିପୋର୍ଟ ଆସିବା ପରେ ଏହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେବା ସହିତ ପୁରା ଅଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି । ଅଧିକ ପଢନ୍ତୁ...
ଖୋର୍ଦ୍ଧା ଜିଲ୍ଲାରେ ପୁଣି 3 ଜଣ କୋରୋନା ପଜେଟିଭ ଚିହ୍ନଟ
ସେପଟେ ଖୋର୍ଦ୍ଧା ନବିନାବାଗର ପଜିଟିଭ ଜଣକ କଲିକତାରୁ ଆସି ହୋମ କ୍ବାରେଣ୍ଟାଇନରେ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପଜିଟିଭ ରିପୋର୍ଟ ଆସିବା ପରେ ଏହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେବା ସହିତ ପୁରା ଅଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି । ସେହିପରି ସମସ୍ତ ଅଞ୍ଚଳରେ ଆଶା, ଅଙ୍ଗନବାଡି କର୍ମି ଓ ସ୍ୱାସ୍ଥ୍ୟ କର୍ମି ସଚେତନ ଓ ସ୍ୱାବ ସଂଗ୍ରହ କରିବା ଆରମ୍ଭ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ