ଓଡିଶା

odisha

ETV Bharat / bharat

ମୁମ୍ବାଇର 3 ପ୍ରମୁଖ ମତ୍ସ୍ୟଜୀବୀ ବସ୍ତି କଣ୍ଟେନମେଣ୍ଟ ଜୋନ ଘୋଷିତ - ମତ୍ସ୍ୟଜୀବୀ ବସ୍ତି କଣ୍ଟେନମେଣ୍ଟ ଜୋନ

ମୁମ୍ବାଇର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ତିନୋଟି ମତ୍ସ୍ୟଜୀବୀ ବସ୍ତିକୁ 'କଣ୍ଟେନମେଣ୍ଟ ଜୋନ୍' ବୋଲି ଘୋଷଣା କରିଛନ୍ତି । ବସ୍ତିର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି । ଏହି ବସତିଗୁଡ଼ିକରେ ଭାସୋର୍ଭା ମତ୍ସ୍ୟଜୀବୀ କଲୋନୀ, ମହିମ ଫିସରମ୍ୟାନ୍ କଲୋନୀ ଏବଂ ୱର୍ଲି କୋଲିୱାଡା ଅନ୍ତର୍ଭୁକ୍ତ ରହିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 21, 2020, 6:58 AM IST

ମୁମ୍ବାଇ: ସାରା ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ମୁମ୍ବାଇରେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ତିନୋଟି ମତ୍ସ୍ୟଜୀବୀ ବସ୍ତିକୁ 'କଣ୍ଟେନମେଣ୍ଟ ଜୋନ୍' ବୋଲି ଘୋଷଣା କରିଛନ୍ତି । ବସ୍ତିର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି । ଏହି ବସ୍ତି ଗୁଡ଼ିକରେ ଭାସୋର୍ଭା ମତ୍ସ୍ୟଜୀବୀ କଲୋନୀ, ମହିମ ଫିସରମ୍ୟାନ୍ କଲୋନୀ ଏବଂ ୱର୍ଲି କୋଲିୱାଡା ଅନ୍ତର୍ଭୁକ୍ତ ରହିଛି ।

ଭାସୋର୍ଭା ଏବଂ ମହିମ ମତ୍ସ୍ୟଜୀବୀ କଲୋନୀରେ 12ରୁ ଅଧିକ ମତ୍ସ୍ୟଜୀବୀ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଏହି ପଦକ୍ଷେପ ନିଆଯାଇଛି।

ମହାରାଷ୍ଟ୍ର ମଛିମାର ବିଶ୍ବନିଧି ଟ୍ରଷ୍ଟର ସଭାପତି ଭାଇ ଭଣ୍ଡାରକର କହିଛନ୍ତି, "ସମସ୍ତ ମତ୍ସ୍ୟଜୀବୀ ସ୍ବେଚ୍ଛାକୃତ ଭାବେ ପ୍ରଶାସନ ସହିତ ସହଯୋଗ କରୁଛନ୍ତି । ଲକଡାଉନ ଘୋଷଣା ପରଠାରୁ ସେମାନେ ସମସ୍ତ ମାଛମରା କାର୍ଯ୍ୟ ବନ୍ଦ କରିଦେଇଛନ୍ତି ଏବଂ ବର୍ତ୍ତମାନ ସେମାନେ ଘର ରହିଛନ୍ତି ।

ଏହାପୂର୍ବରୁ, ୱର୍ଲି, କୋଲିୱାରାଠାରେ ଚାରିଟି ପଜେଟିଭ ମାମଲା ମିଳିଥିଲା । ମାତ୍ର ଏବେ ସେଠାରେ ସ୍ଥିତିରେ ସୁଧାର ରହିଛି ।

@IANS

ABOUT THE AUTHOR

...view details