ଓଡିଶା

odisha

ETV Bharat / bharat

ପ୍ରବଳ ବର୍ଷାରେ ଛାତ ଭୁଶୁଡି 3 ମୃତ

ନଗରକୁର୍ଣ୍ଣୁଲ ଜିଲ୍ଲା କୁମ୍ମେରା ଗ୍ରାମରେ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଛାତ ଭୁଶୁଡି 3ଜଣଙ୍କ ମୃତ୍ୟୁ ହୋଇଥିବା ସହିତ 2ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Oct 14, 2020, 2:21 PM IST

ପ୍ରବଳ ବର୍ଷାରେ ଘର ଛାତ ଭୁଶୁଡି 3 ମୃତ
ପ୍ରବଳ ବର୍ଷାରେ ଘର ଛାତ ଭୁଶୁଡି 3 ମୃତ

ହାଇଦ୍ରାବାଦ:ବୁଧବାର ନଗରକୁର୍ଣ୍ଣୁଲ ଜିଲ୍ଲା କୁମ୍ମେରା ଗ୍ରାମରେ ଶୋଇଥିବା ଅବସ୍ଥାରେ 5ଜଣଙ୍କ ଉପରେ ଛାତ ଭୁଶୁଡି ପଡିଛି । ତେବେ ସେମାନଙ୍କ ମଧ୍ୟରୁ 3ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରବଳ ବର୍ଷାରେ ଘର ଛାତ ଭୁଶୁଡି 3 ମୃତ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ତେଲେଙ୍ଗାନାରେ ଗତ ସୋମବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ତେବେ ଏହି ଲଗାଣ ବର୍ଷାରେ ଆଜି ସକାଳେ ନଗରକୁର୍ଣ୍ଣୁଲ ଜିଲ୍ଲା କୁମ୍ମେରା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରର ଛାତ ଭୁଶୁଡି ପଡିଥିଲା ।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ନାତି ସମେତ ଜଣେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଅନ୍ୟ ଦୁଇଜଣ ଆହତଙ୍କୁ ନାଗାରକୁର୍ଣ୍ଣୁଲ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details