ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ,3 ଉପ ମୁଖ୍ୟମନ୍ତ୍ରୀ ସାମିଲ

ଦକ୍ଷ ବିଧାୟକଙ୍କ ହାତରେ ମନ୍ତ୍ରୀ ପଦ ଓ ବିଭାଗ । ୟେଦିୟୁରପ୍ପାଙ୍କ କ୍ୟାବିନେଟରେ ସାମିଲ ହେଲେ 3 ନୂତନ ଉପମୁଖ୍ୟମନ୍ତ୍ରୀ ।

By

Published : Aug 27, 2019, 4:23 AM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ସବୁଠୁ ଗୁରୁତ୍ବପୂର୍ଣ୍ଣ କାମ ତୁଲାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । ଦକ୍ଷ ବିଧାୟକଙ୍କ ହାତରେ ଦେଲେ ମନ୍ତ୍ରୀ ପଦ ଓ ବିଭାଗ । ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦରେ 3 ଜଣଙ୍କୁ ଦେଲେ ନିଯୁକ୍ତି।

ନିଯୁକ୍ତ ପାଇଥିବା 3 ଉପମୁଖ୍ୟମନ୍ତ୍ରୀ ହେଲେ ଗୋବିନ୍ଦ ମକଥାପ୍ପା କାରାଜୋଲ, ଅଶ୍ବଥ ନାରାୟଣ ସିଏନ ଏବଂ ଲକ୍ଷ୍ମଣ ସାଙ୍ଗାପ୍ପା ସାଭାଡି । ଗୋବିନ୍ଦଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ସହ ସାମାଜିକ କଲ୍ୟାଣ ବିଭାଗ ମିଳିଛି। ଅଶ୍ବଥ ନାରାୟଣଙ୍କୁ ଉଚ୍ଚ ଶିକ୍ଷା, ଆଇଟି ଓ ବିଟି, ବିଜ୍ଞାନ ଓ ପ୍ରଜୁକ୍ତିବିଦ୍ୟା ବିଭାଗ ଏବଂ ଲକ୍ଷ୍ମଣଙ୍କୁ ପରିବହନ ବିଭାଗ ଦାୟିତ୍ବ ଦିଆଯାଇଛି।

ୟେଦିୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ଆଉ ୧୪ ଜଣ ମଧ୍ୟ ସାମିଲ ହୋଇଛନ୍ତି।ସେମାନେ ହେଲେ କେଏସ ଇଶ୍ବରପ୍ପା, ଆର ଅଶୋକା, ଜଗଦିଶ ସେତର,ବି ଶ୍ରୀରାମୁଲୁ, ଏସ ସୁରେଶ କୁମାର, ଭି ସୋମନ୍ନା, ସିଟି ରବି, ବାସବରାଜ ବୋମାଇ,କୋଟା ଶ୍ରୀନିବାସ ପୂଜାରୀ,ଜିଏସ ମଧୁ ସ୍ବାମୀ,ଚନ୍ଦ୍ରକାନ୍ତ ଗୌଡ ଚନ୍ନାପ୍ପାଗୌଡ ପାଟିଲ, ଏଚ ନରେଶ, ପ୍ରଭୁ ଚୌହାନ, ଜୋଲ ଶଶୀକଳା ଆନ୍ନା ସାହେବ ଏବଂ ।

ABOUT THE AUTHOR

...view details