ଓଡିଶା

odisha

ETV Bharat / bharat

ଝିଅକୁ ଦୁଷ୍କର୍ମ କରି 25 ବର୍ଷ ଜେଲଦଣ୍ଡ ଭୋଗିଲା ବାପା

ନିଜର କୁକର୍ମର ଫଳ ଭୋଗିଲା ଦୁଷ୍କର୍ମକାରୀ ବାପା । ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ 25 ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ ।

By

Published : Aug 21, 2019, 8:15 PM IST

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ନାବାଳିକା ଝିଅ ସହ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ବାପା । ଆଉ ଏହି ମାମଲାରେ ଦୋଷୀ ବାପାକୁ 25 ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଶାନ୍ତି ନଗରରେ ।

ଏହାସହ 10 ହଜାର ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । 2014 ରୁ 2016 ମଧ୍ୟରେ ଅଭିଯୁକ୍ତ ରୋଗାଗ୍ରସ୍ତ ପତ୍ନୀକୁ ସବୁବେଳେ ନିଦ ବଟିକା ଦେବା ପରେ ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିଲା ।

ସୂଚନାନୂସାରେ, ସେହି ସମୟରେ ପୀଡିତାଙ୍କ ବୟସ 16 ବର୍ଷ ଥିଲା । ଆଉ ବାପାର ଏଭଳି କାର୍ଯ୍ୟରେ ଅସହ୍ୟ ହୋଇ ପୀଡିତା ଆତ୍ମହତ୍ୟା କରିଦେଇଥିଲା । ଆଉ ଆତ୍ମହତ୍ୟା ପୂର୍ବରୁ ସେ ଏକ ଚିଠି ଲେଖିଥିଲେ । ଏହି ଚିଠି ପୀଡିତାର ମା’ଙ୍କୁ ମିଳିବା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଥିଲା ।

ABOUT THE AUTHOR

...view details