ଓଡିଶା

odisha

ETV Bharat / bharat

ଗୁଜୁରାଟରୁ ମଧ୍ୟପ୍ରଦେଶ ଫେରିଲେ 2400 ଶ୍ରମିକ

କୋରୋନା ଲକଡାଉନ ପାଇଁ ଗୁଜୁରାଟରେ ଫଶି ରହିଥିବା ମଧ୍ୟପ୍ରଦେଶର ଶ୍ରମିକ ମାନେ ନିଜ ରାଜ୍ୟକୁ ଫେରିଛନ୍ତି । ଅଧିକ ପଢନ୍ତୁ....

By

Published : Apr 26, 2020, 1:00 PM IST

Migrant laborers
ଗୁଜୁରାଟ ରୁ ମଧ୍ୟପ୍ରଦେଶ ଫେରିଲେ 2 ହଜାର 400 ଜଣ ଶ୍ରମିକ

ଭୋପାଳ: କୋରୋନା ପାଇଁ ଜାରି ରହିଥିବା ଲକଡାଉନ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ପ୍ରବାସୀ ଶ୍ରମିକ । ନିଜ ରାଜ୍ୟ ଓ ଘରକୁ ଚାହିଁଲେ ମଧ୍ୟ ଫେରିପାରୁ ନାହାନ୍ତି । ପାଖରେ ଟଙ୍କା ସରି ଆସିଥିବାବେଳେ ଦିନକୁ ଦୁଇ ବେଳା ଖାଇବା ବି ସେମାନଙ୍କ ପାଇଁ କଠିନ ହୋଇପଡୁଛି ।

ଗୁଜୁରାଟ ରୁ ମଧ୍ୟପ୍ରଦେଶ ଫେରିଲେ 2 ହଜାର 400 ଜଣ ଶ୍ରମିକ

ତେବେ ଏହି ପ୍ରରିପେକ୍ଷିରେ ଗୁଜୁରାଟରେ ଫଶି ରହିଥିବା ମଧ୍ୟପ୍ରଦେଶର ଶ୍ରମିକ ମାନେ ନିଜ ରାଜ୍ୟକୁ ଫେରିଛନ୍ତି । ଗୁଜୁରାଟରୁ ବାହାରି ମଧ୍ୟପ୍ରଦେଶରେ ପହଞ୍ଚିବା ପରେ ଝାବୁଆ ଜିଲ୍ଲାରେ ସମସ୍ତ 2 ହଜାର 400 ଜଣ ଶ୍ରମିକଙ୍କର ସ୍କ୍ରିନିଂ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଅତି କମରେ 2400 ଶ୍ରମିକଙ୍କୁ ଗୁଜୁରାଟରୁ ରାଜ୍ୟକୁ ଫେରାଇ ଆଣିବାକୁ 98ଟି ବସ୍‌ର ଆୟୋଜନ କରାଯାଇଥିଲା । ବର୍ତ୍ତମାନ ମଧ୍ୟପ୍ରଦେଶରେ ସମୂଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1,945 ପାର କରିଥିବାବେଳେ, ମୃତ ସଂଖ୍ୟା 99କୁ ବୃଦ୍ଧି ପାଇଛି ।

ABOUT THE AUTHOR

...view details