ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ କ୍ୟାବିନେଟର ବିସ୍ତାର ହୋଇଛି । ଯେଉଁଥିରେ 23 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରୁ 6 ଜଣ କ୍ୟାବିନେଟ, 6 ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧିନ ଦାୟିତ୍ୱ) ଏବଂ 11 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଯୋଗୀଙ୍କ କ୍ୟାବିନେଟ ବିସ୍ତାର, ଶପଥ ନେଲେ 23 ମନ୍ତ୍ରୀ
ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ କ୍ୟାବିନେଟରେ 23 ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରୁ 6 ଜଣଙ୍କୁ କ୍ୟାବିନେଟ, 6 ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ଏବଂ 11 ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମିଳିଛି । ବୁଧବାର ସଂଧ୍ୟାରେ ନୂଆ ମନ୍ତ୍ରୀଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ।
କ୍ୟାବିନେଟ ମନ୍ତ୍ରୀ ଭାବେ ମହେନ୍ଦ୍ର ସିଂହ, ଭୂପେନ୍ଦ୍ର ସିଂହ ଚୌଧୁରୀ, ରାମନରେଶ ଅଗ୍ନିହୋତ୍ରୀ, ସୁରେଶ ରାଣା, ଅନୀଲ ରାଜଭର, କମଳା ରାଣୀ ଶପଥ ନେଇଛନ୍ତି । ସେହିପରି ନୀଳକଣ୍ଠ ତିଓ୍ବାରୀ, କପିଲଦେବ ଅଗ୍ରଓ୍ବାଲ, ସତୀଶ ଦ୍ବିବେଦୀ, ଅଶୋକ କଟାରିୟା, ଶ୍ରୀରାମ ଚୌହାନ ଓ ରବୀନ୍ଦ୍ର ଜୈସ୍ୱାଲଙ୍କୁ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ ଦାୟିତ୍ୱ) ପଦ ମିଳିଛି ।
ଅନ୍ୟପକ୍ଷରେ ଅନୀଲ ଶର୍ମା, ମହେଶ ଗୁପ୍ତା, ଆନନ୍ଦ ସ୍ବରୂପ ଶୁକ୍ଲା, ବିଜୟ କାଶ୍ୟପ, ଗିରାଜ ସିଂହ ଧର୍ମେଶ, ଲାଖନ ସିଂହ ରାଜପୁତ, ନୀଳିମା କଟିୟାର, ଚୌଧୁରୀ ଉଦୟ ଭାନ୍ ସିଂହ, ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ, ରାମଶଙ୍କର ସିଂହ ପଟେଲ ଓ ଅଜିତ ସିଂହ ପାଲ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ବିଭାଗ ବଣ୍ଟନ କରିପାରନ୍ତି। ଏଥିସହିତ ଆଜି ସଂଧ୍ୟାରେ ନୂତନ ମନ୍ତ୍ରୀମଣ୍ଡଳ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ।