ଓଡିଶା

odisha

ETV Bharat / bharat

ମାର୍ଚ୍ଚ 23: ବଳିଦାନ ଦିବସର ଇତିହାସ - Newdelhi

ମାର୍ଚ୍ଚ 23 ବଳିଦାନର ଦିବସ । ଆଜିର ଦିନରେ ମହାନ କ୍ରାନ୍ତିକାରୀ ଭଗତ ସିଂ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଫାଶୀ ଦିଆଯାଇଥିଲା ।

ଫଟୋ ସୌଜନ୍ୟ: ଟ୍ବିଟଟ

By

Published : Mar 23, 2019, 8:42 AM IST

ନୂଆଦିଲ୍ଲୀ: 23 ମାର୍ଚ୍ଚ ଇତିହାସ ପୃଷ୍ଠାରେ ରଚିଛି ବହୁ ମହତ୍ବପୂର୍ଣ୍ଣ ଘଟଣା। ଆଜିର ଦିନକୁ କୁହାଯାଏ ବଳିଦାନର ଦିବସ । ବଳିଦାନ ସେହି ସ୍ବାଧୀନତା ଆନ୍ଦୋଳନର ମହାନ୍ କ୍ରାନ୍ତିକାରୀଙ୍କର । ଯିଏ ଦେଶ ମାତୃକା ପାଇଁ ଶହୀଦ ହୋଇଯାଇଛନ୍ତି।

1931 ଭାରତୀୟ ସ୍ବାଧିନତା ଆନ୍ଦୋଳନରେ କ୍ରାନ୍ତିକାରୀ ଭଗତ ସିଂ ଓ ତାଙ୍କ ସହଯୋଗୀ ରାଜଗୁରୁ ଓ ସୁଖଦେବଙ୍କୁ ଆଜି ଫାଶି ଦିଆଯାଇଥିଲା । ପ୍ରତ୍ୟେକ ଭାରତୀୟ ଏହି ତିନି ମହାନାୟକ ତଥା ମହାପୁରୁଷଙ୍କୁ ନେଇ ଗର୍ବିତ । ଅନ୍ୟମାନେ ସ୍ବାଧିନ ଓ ମର୍ଯ୍ୟଦାସମ୍ପନ୍ନ ଜୀବନ ଦେବାକୁ ଯାଇ ନିଜ ଜୀବନକୁ କରିଥିଲେ ଉତ୍ସର୍ଗ ।

23 ମାର୍ଚ୍ଚ 1950ରେ ବିଶ୍ବପାଣିପାଗ ସଂଗଠନ ସ୍ଥାପନା ହୋଇଥିଲା । ଆଉ ଏହି ଦିନକୁ ମନେ ରଖିବା ପାଇଁ ବିଶ୍ବପାଣିପାଗ ଦିବସ ରୂପେ ପାଳନ କରାଯାଉଅଛି । ବିଶ୍ବପାଣିପାଗ ବିଭାଗ(ଡବ୍ଲ୍ୟୁଏମଓ) 192ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଦସ୍ୟତାକୁ ଅନ୍ତସରକାରୀ ସଂଗଠନ ।

1940ରେ ମାର୍ଚ୍ଚ 23କୁ ମୁସଲିମ ଲିଗର 'ମୁସଲିମ ରାଷ୍ଟ୍ର' ପାଇଁ ଆହ୍ବାନ ଦିଆଯାଇଥିବା ବେଳେ ପାକିସ୍ତାନ ଜାତୀୟ ଦିବସ ରୂପେ ପାଳନ କରିଆସୁଛି । ତେବେ ପାକିସ୍ତାନଙ୍କ ଜାତୀୟ ଦିବସ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପାକିସ୍ତାନ ହାଇକମିଶନଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ବିଚ୍ଛିନ୍ନତାବାଦୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଏଥିରୁ ଭାରତକୁ ବାଦ ଦିଆଯାଇଛି ।

For All Latest Updates

ABOUT THE AUTHOR

...view details