ଓଡିଶା

odisha

ETV Bharat / bharat

ହସ୍ପିଟାଲରେ ଯୁବତୀଙ୍କୁ ଦୁର୍ଷ୍କମ ଅଭିଯୋଗ

ଥମୁନି ଲଜ୍ୟା । ବଢୁଛି ମହିଳାଙ୍କ ଉପରେ ପାଶବିକ ଅତ୍ୟାଚାର । ଗୁରୁଗ୍ରାମରେ ଜଣେ 21ବର୍ଷୀୟ ଯୁବତୀଙ୍କ ଦୁର୍ଷ୍କମ ଅଭିଯୋଗ । ଅଧିକ ପଢନ୍ତୁ...

21-year-old woman raped in Gurugram
vଚିକିତ୍ସା ପାଇଁ ଯାଇଥିବା ଯୁବତୀଙ୍କୁ ଦୁର୍ଷ୍କମ ଅଭିଯୋଗ

By

Published : Oct 29, 2020, 10:09 AM IST

ଚଣ୍ଡିଗଡ: ପୁଣି ଲଜ୍ଜା । ହରିୟାଣାର ଗୁରୁଗ୍ରାମ ସହରରେ ଜଣେ 21ବର୍ଷର ଯୁବତୀଙ୍କୁ ଅକ୍ଟୋବର 21ରେ ଦୁର୍ଷ୍କମ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ ଯୁବତୀ ଜଣକ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ସେକ୍ଟର-44 ଫୋରିଷ୍ଟ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଯୁବତୀ ଜଣକ ଅଚେତ ଥିବା ଅବସ୍ଥାରେ ତାଙ୍କୁ ଦୁର୍ଷ୍କମ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଯୁବତୀ ଜଣକ ତାଙ୍କ ବାପାଙ୍କୁ ତିନି ପୃଷ୍ଠାର ଚିଠି ଲେଖିବା ସହ ଅଭିଯୁକ୍ତର ନାଁ ବିକାଶ ବୋଲି ଲେଖିଛନ୍ତି ।

ଘଟଣାରେ ଯୁବତୀଙ୍କ ବାପା ଅକ୍ଟୋବର 27ରେ ସୁଶାନ୍ତ ଲୋକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ କରିବା ପୋଲିସ ଯୁବତୀଙ୍କ ବୟାନ ନେବାକୁ ଡାକ୍ତରଖାନାରେ ପହଞ୍ଚିଥିଲା । ଯୁବତୀ ଜଣକ ବୟାନ ଦେବା ଅବସ୍ଥାରେ ନ ଥିବା କହିଥିଲେ ଡାକ୍ତର । ତେବେ ଅଭିଯୁକ୍ତ ଜଣକ ଡାକ୍ତରଖାନାର କର୍ମଚାରୀ କି ଅନ୍ୟ କିଏ ତାହା ଜଣାପଡିନାହିଁ ।

ଘଟଣା ସମ୍ପର୍କରେ ଡାକ୍ତରଖାନା ପରିଚାଳକଙ୍କୁ ପଚାରାଉଚରା କରିବା ସହ ଡାକ୍ତରଖାନାର ରେକର୍ଡ, ସିସିଟିଭି ଫୁଟେଜ୍ ସ୍କାନ କରାଯାଉଛି ବୋଲି କହିଛନ୍ତି ପୋଲିସ କମିଶନର ମକସୁଦ ଅହମ୍ମଦ ।

@IANS

ABOUT THE AUTHOR

...view details