ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ: ଆନ୍ଧ୍ରପ୍ରଦେଶରେ 21ଟି ନୂଆ ମାମଲା, ମୋଟ ସଂଖ୍ୟା 132

ଆନ୍ଧ୍ରପ୍ରଦେଶରେ ଚିନ୍ତା ବଢାଉଛି କୋରୋନା । ଗୁରୁବାର ଆଉ 21ଟି ମାମଲା ସାମନାକୁ ଆସିଛି । ଫଳରେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 132 ଛୁଇଁଛି ।

21 more #COVID19 cases reported in Andhra Pradesh
ଆନ୍ଧ୍ରପ୍ରଦେଶରେ 21ଟି ନୂଆ ମାମଲା

By

Published : Apr 2, 2020, 12:49 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଚିନ୍ତା ବଢାଉଛି କୋରୋନା । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଆଉ 21ଟି ମାମଲା ସାମନାକୁ ଆସିଛି । ଫଳରେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 132 ଛୁଇଁଛି । ରାଜ୍ୟର ନୋଡାଲ ଅଫିସର ଡା. ଅର୍ଜା ଶ୍ରୀକାନ୍ତ ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ବୁଧବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 111 ଥିଲା । ତେବେ ଗୁରୁବାର ନୂଆ 21ଟି ପଜିଟିଭ କେସ ସ୍ପଷ୍ଟ ହୋଇଛି । ଫଳରେ ମୋଟ ସଂଖ୍ୟା 132 ଛୁଇଁଛି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 1965 କୋରୋନା ଆକ୍ରାନ୍ତ ଥିବାବେଳେ 50 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details