ଓଡିଶା

odisha

ETV Bharat / bharat

କୋରୋନା ପ୍ରକୋପ: 21 ଭାରତୀୟ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ - ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ

ସାଂଘାତିକ ରୂପରେ କାୟା ବିସ୍ତାର କରିବାରେ ଲାଗିଛି ଚୀନର ନୋବେଲ କୋରୋନା ଭାଇରସ । ଏନେଇ ସମଗ୍ର ଭାରତର 21ଟି ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କୁ  ଥର୍ମାଲ ସ୍କ୍ରିନିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jan 30, 2020, 10:08 AM IST

ନୂଆଦିଲ୍ଲୀ: ସାଂଘାତିକ ରୂପରେ କାୟା ବିସ୍ତାର କରିବାରେ ଲାଗିଛି ଚୀନର ନୋବେଲ କୋରୋନା ଭାଇରସ । ସମଗ୍ର ଚୀନରେ ଏହି ଭୟାବହ ଭାଇରସ କବଳରେ ପଡି 170 ଜଣଙ୍କ ପ୍ରାଣ ଗଲାଣି । କେବଳ ଚୀନ ନୁହେଁ ଏହି ଭାଇରସ ଏବେ ଅନ୍ୟ ଦେଶକୁ ମଧ୍ୟ ଦ୍ରୁତ ଗତିରେ ମାଡିବାରେ ଲାଗିଛି । ଏନେଇ ସମଗ୍ର ଭାରତରେ 21ଟି ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀକ ସୂତ୍ରରୁ ଏହି ସୂଚନା ଦିଆଯାଇଛି । ଦେଶର ଅନେକ ସହରରେ ଏବେ କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ରିପୋର୍ଟ ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନଜରରେ ରଖି କଡା ସଚେତନତା ଗ୍ରହଣ କରାଯାଇଛି । ଦେଶର 21ଟି ବ୍ୟସ୍ତବହୁଳ ବିମାନ ବନ୍ଦରରେ ଯାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, କୋଚି, ବେଙ୍ଗାଲୁରୁ, ଅମହଦାବାଦ, ଅମ୍ରିତସର, କୋଲକାତା, କୋଏମ୍ବାଟୁର, ଗୌହାଟୀ, ଗୟା, ବାଗଡୋରା, ଜୟପୁର, ଲକ୍ଷ୍ନୌ, ଚେନ୍ନାଇ, ଥିରୁଅନନ୍ତପୁରମ, ତ୍ରିଚିପଲ୍ଲୀ, ବାରଣାସୀ, ବିଶାଖପଟନମ, ଭୁବନେଶ୍ବର ଓ ଗୋଆ ବିମାନ ବନ୍ଦରରେ ଯାତ୍ରୀ ମାନଙ୍କ ପାଇଁ ସ୍କ୍ରିନିଂ ସୁବିଧା ଉପଲବ୍ଧ କରିଦିଆଯାଇଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ସଞ୍ଜୀବ କୁମାର ନେପାଳ ସୀମାରେ କଡା ନଜର ରଖାଯାଇଥିବା ସୂଚନା ଦେଇଛନ୍ତି । ଏହାସସହ ଉତ୍ତରାଖଣ୍ଡ, ୟୁପି, ବିହାର, ପଶ୍ଚିମବଙ୍ଗ, ସିକ୍କିମ ରାଜ୍ୟର ସ୍ବାସ୍ଥ୍ୟ ସଚିବ ମାନେ କୋରୋନା ଭାଇରସ ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଭିଡିଓ କନଫରେନ୍ସି ମାଧ୍ୟମରେ ରିପୋର୍ଟ ପ୍ରଦାନ କରିଛନ୍ତି ।

ସୋସିଆଲ ମିଡିଆ, ଡିଜିଟାଲ ମିଡିଆ ମାଧ୍ୟମରେ ଏହି ଭାଇରସ ନେଇ ସତର୍କତା ଓ ସଚେତନା ପ୍ରସରଣ କରିବା ପାଇଁ ସଞ୍ଜୀବ କୁମାର କହିଛନ୍ତି । ସେହିପରି ଏହି ଭାଇରସ ସହ ମୁକାବିଲା କରିବା ପାଇଁ ଦେଶର ସମସ୍ତ ସରକାରୀ ବେସରକାରୀ ହସ୍ପିଟାଲ ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details