ଓଡିଶା

odisha

ETV Bharat / bharat

2019 ନିର୍ବାଚନ: ପ୍ରଥମ ଥର ଭୋଟଦେବେ 1000 ପ୍ରବାସୀ

ଚଳିତ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରୟ 1000 ପ୍ରବାସୀ ମତାମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି। ସେମାନେ ରାଜସ୍ଥାନର ଯୋଧପୁର ଲୋକସଭା ଆସନର ଭୋଟର ଭାବେ ଭୋଟ ଦେବେ।

By

Published : Apr 29, 2019, 9:42 AM IST

ଡିଜାଇନ ଫଟୋ

ଜୟପୁର:ଚଳିତ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଆଜି 9ଟି ରାଜ୍ୟର 71ଟି ଲୋକସଭା ଆସନ ପାଇଁ ଚାଲିଛି ଭୋଟଗ୍ରହଣ । ଯାହା ମଧ୍ୟରେ ରହିଛି ରାଜସ୍ଥାନର 13ଟି ସଂସଦୀୟ କ୍ଷେତ୍ର । ମତଦାନ କରିବାକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ।

ରାଜସ୍ଥାନରେ ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଛନ୍ତି ପ୍ରାୟ 1000 ପ୍ରବାସୀ ଭୋଟର । ଯେଉଁମାନେ କି ପାକିସ୍ତାନରୁ ପଳାୟନ କରି ଭାରତରେ ଆସି ବସବାସ କରୁଛନ୍ତି । ସେମାନରେ ରାଜସ୍ଥାନର ଯୋଧପୁର ଲୋକସଭା ଆସନରୁ ସେମାନଙ୍କ ମତାମତ ସାବ୍ୟସ୍ତ କରିବେ । ରାଜସ୍ଥାନର ମୋଟ 25ଟି ଲୋକସଭା ଆସନରୁ 13ଟିରେ ଚାଲିଛି ଭୋଟଗ୍ରହଣ।

ଆଜକୁ ପ୍ରାୟ 18 ବର୍ଷ ପୂର୍ବେ ଅର୍ଥାତ2000 ମସିହାରେ ପ୍ରାୟ 1000 ପ୍ରବାସୀ ପାକିସ୍ତାନ ଛାଡି ଭାରତକୁ ଚାଲି ଆସିଥିଲେ । ସେମାନଙ୍କୁ ଚଳିତ ବର୍ଷ ଜାନୁଆରୀ 1 ତାରିଖରେ ମିଳିଥିଲା ଭାରତର ନାଗରିକତା । ଏବେ ସେମାନେ ଭୋଟଦେବାକୁ ଯାଉଛନ୍ତି। ଧାର୍ମିକ ହିଂସା କାରଣରୁ ଅନେକ ହିନ୍ଦୁ ପଡୋଶୀ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତକୁ ଚାଲିଆସିଥିଲେ ।

2016 ମସିହାରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ରାଜ୍ୟ ଗୃହସଚିବଙ୍କୁ ସେମାନଙ୍କୁ ଭାରତୀୟ ନାଗରକିତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହିକ୍ରମରେ ରାଜସ୍ଥାନର ଯୋଧପୁର ଜିଲ୍ଲାପାଳଙ୍କ ନିକଟକୁ 3090ଟି ଆବେଦନ ପତ୍ର ଆସିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 1000 ପ୍ରବାସୀଙ୍କୁ ଭାରତୀୟ ନାଗରିକତା ମିଳିଛି।

ABOUT THE AUTHOR

...view details