ମୁମ୍ବାଇ: ମୁମ୍ବାଇରେ ମୁଷଳଧାରରେ ବର୍ଷା । ମାଲାଡ ଅଞ୍ଚଳରେ ଧସିଲା ପାଚେରୀ । ଏହି ଅଘଟଣରେ 20 ଜଣ ପ୍ରାଣ ହରାଇ ଥିବାବେଳେ 50 ଜଣ ଆହତ ହୋଇଛନ୍ତି । ଅନେକ ପାଚେରୀ ତଳେ ଚାପି ରହିଥିବା ସୂଚନା ମିଳିଛି । ଏନଡିଆରଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ମୂଷଳଧାରା ବର୍ଷାରେ ଧସିଲା ପାଚେରୀ, 20 ମୃତ
ମୁମ୍ବାଇରେ ମୂଷଳଧାରରେ ବର୍ଷା । ମାଲାଡ ଅଞ୍ଚଳରେ ଧସିଲା ପାଚେରୀ । ଏଥିଯୋଗୁଁ 20 ଜଣ ପ୍ରାଣ ହରାଇ ଥିବାବେଳେ 50 ଜଣ ଆହତ ହୋଇଛନ୍ତି ।
ଫଟୋ ସୌଜନ୍ୟ: ଇଟିଭି ଭାରତ
ଏନଡିଆରଏଫ ସୂଚନା ମୁତାବକ, ପ୍ରବଳ ବର୍ଷା କାରଣରୁ ରାତି 2ଟାରେ ମାଲାଡର ପିମ୍ପ୍ରିପଡା ଅଞ୍ଚଳରେ ପାଚେରୀଟି ଭାଙ୍ଗିଥିଲା । ଖବର ପାଇବା ପରେ ତତକ୍ଷଣାତ୍ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।
ଆହତ ହୋଇଥିବା 50 ଜଣଙ୍କ ମଧ୍ୟରୁ 34 ଜଣଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୁମ୍ବାଇରେ ବର୍ଷା ଲାଗିରହିଥିବାରୁ ଆଜି(ମଙ୍ଗଳବାର) ପବ୍ଲିକ ଛୁଟି ଘୋଷଣା ହୋଇଛି । ତେବେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି(ଇଣ୍ଡିଆନ ମେଟ୍ରୋଲୋଜିକାଲ ଡିପାଟମେଣ୍ଟ) ପୂର୍ବାନୁମାନ କରିଛି ।
Last Updated : Jul 2, 2019, 11:17 PM IST