ଓଡିଶା

odisha

ETV Bharat / bharat

ପୁଣି କୋରୋନା କବଳରେ ସ୍ବାସ୍ଥ୍ୟକର୍ମୀ

ଦିଲ୍ଲୀର ହାର୍ଡିଙ୍ଗ ମେଡିକାଲର 2 ଡାକ୍ତର ଏବଂ 6 ନର୍ସ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

_corona
ପୁଣି କୋରୋନା କବଳରେ ସ୍ବାସ୍ଥ୍ୟକର୍ମୀ

By

Published : Apr 19, 2020, 10:59 AM IST

ନୂଆଦିଲ୍ଲୀ: ପୁଣି କୋରୋନା କବଳରେ ସ୍ବାସ୍ଥ୍ୟକର୍ମୀ । ଦିଲ୍ଲୀ ଲେଡି ହାର୍ଡିଙ୍ଗ ମେଡିକାଲର 2 ଡାକ୍ତର ଏବଂ 6 ନର୍ସ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ଏହି ଖବର ସାମ୍ନାକୁ ଆସିବା ପରେ ମେଡିକାଲ 8 ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ଏଥିସହ ସେମାନେ କେଉଁ ମାନଙ୍କ ସମ୍ପର୍କରେ ଆସିଛନ୍ତି ତାହାର ଯାଞ୍ଚ ଆରମ୍ଭ ହୋଇଛି । ଏହାଛଡା ଏହି ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଏକ ବୈଠକ ଡକାଇଛନ୍ତି ।

ସେହିପରି ପଞ୍ଜାବ ପିଜିଆଇ କର୍ମଚାରୀଙ୍କ ଏକ ମାସର ଶିଶୁ ସହିତ ତାଙ୍କ ପରିବାରର 4 କୋରୋନା ଆକ୍ରାନ୍ତ ଥିବା ପଞ୍ଜାବ ଡିସି ମୋହାଲି ଗିରିଶ୍ ଦିନଲାନ୍ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details