ଓଡିଶା

odisha

ETV Bharat / bharat

ଦିଲ୍ଲୀ ଘରୋଇ ବିଦ୍ୟାଳୟର ଦୁଇଟି ବ୍ରାଞ୍ଚ ସିଲ୍ : ଆପ୍ ବିଧାୟକ

ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ବାଜ କହିଛନ୍ତି ଯେ ନିୟମ ଉଲ୍ଲଂଘନ କରି ସୋମବାର ଏକ ଘରୋଇ ବିଦ୍ୟାଳୟର ଅତି କମରେ ଦୁଇଟି ଶାଖା ସିଲ୍ କରାଯାଇଛି। ଏକ ଟୁଇଟ୍ ଜରିଆରେ ସେ କହିଛନ୍ତି ଯେ ସୋମବାର ଶେଖ ସରାଇ ଏବଂ ସାକେତରେ ଦୁଇଟି APEEJAY ସ୍କୁଲର ବ୍ରାଞ୍ଚକୁ ସିଲ୍ କରାଯାଇଛି ।

AAP MLA
AAP MLA

By

Published : May 5, 2020, 1:37 AM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଙ୍କଟ ମଧ୍ୟରେ ରାଜଧାନୀ ଦିଲ୍ଲୀ ଅତ୍ୟଧିକ ପ୍ରଭାବିତ ଅଞ୍ଚଳ ରହିଛି । ଏପରିସ୍ଥଳେ ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ବାଜ କହିଛନ୍ତି ଯେ ନିୟମ ଉଲ୍ଲଂଘନ କରି ସୋମବାର ଏକ ଘରୋଇ ବିଦ୍ୟାଳୟର ଅତି କମରେ ଦୁଇଟି ଶାଖା ସିଲ୍ କରାଯାଇଛି ।

ଏକ ଟୁଇଟ୍ ଜରିଆରେ ସେ କହିଛନ୍ତି ଯେ ସୋମବାର ଶେଖ ସରାଇ ଏବଂ ସାକେତରେ ଦୁଇଟି APEEJAY ସ୍କୁଲର ବ୍ରାଞ୍ଚକୁ ସିଲ୍ କରାଯାଇଛି ।

APEEJAY ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସମସ୍ତ ପ୍ରକାରର ନିୟମକୁ ଉଲ୍ଲଂଘନ କରିଥିଲା । ଅଡିଟରେ ଜଣାଯାଇଥିଲା ବିଦ୍ୟାଳୟର ଆକାଉଣ୍ଟରେ କୋଟି କୋଟି ଟଙ୍କା ଥିବା ସତ୍ତ୍ବେ ଏହା ବେଆଇନ ଭାବେ ଅଭିଭାବକମାନଙ୍କୁ ସ୍କୁଲ ଫି ବୃଦ୍ଧି କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଏବେ ଏହାର ଦୁଇଟି ବିଦ୍ୟାଳୟକୁ ସିଲ୍ କରାଯାଇଥିଲବା ସେ କହିଛନ୍ତି ।

ଏହା ସେହି ବିଦ୍ୟାଳୟ ଯେଉଁଥିରେ ଦିଲ୍ଲୀ ବିଧାନସଭାର ପିଟିସନ କମିଟି ଦ୍ବାରା ଏକ ରିପୋର୍ଟ ଦାଖଲ କରାଯାଇଥିଲା । ଯାହାର ସେ ସଦସ୍ୟ ଥିଲେ ବୋଲି ସେ କହିଛନ୍ତି ।

@IANS

ABOUT THE AUTHOR

...view details