ଓଡିଶା

odisha

By

Published : Jan 2, 2021, 11:01 AM IST

ETV Bharat / bharat

ଦେଶରେ ଖସୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିପୋର୍ଟ ମୁତାବକ 24 ଘଣ୍ଟାରେ ଆସିଲା 19 ହଜାର 078ଟି ସଂକ୍ରମଣ ରିପୋର୍ଟ। ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ 19,078 ଆକ୍ରାନ୍ତ, ବଢୁଛି ଦୈନିକ ସୁସ୍ଥ ସଂଖ୍ୟା
ଦେଶରେ 24 ଘଣ୍ଟାରେ 19,078 ଆକ୍ରାନ୍ତ, ବଢୁଛି ଦୈନିକ ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ପୂର୍ବ ଅପେକ୍ଷା ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ହ୍ରାସ ପାଇବାରେ ଲାଗିଛି। ଦୈନିକ ସଂକ୍ରମଣ ଏବେ 20 ହଜାର ଭିତରେ ରହୁଛି। ଯାହା ଦେଶବାସୀଙ୍କ ପାଇଁ ଆଶ୍ବସ୍ତିକର ଅଟେ। ବର୍ତ୍ତମାନ 1 କୋଟି 3 ଲକ୍ଷ ପାର କରିଛି ଦେଶରେ ପଜିଟିଭ ସଂଖ୍ୟା।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 19 ହଜାର 078ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି। ସେହିପରି 224 ଜଣଙ୍କର ମୃତ୍ୟୁ ହୋଇଛି। ଅପଡେଟକୁ ମିଶାଇ 1 କୋଟି 03 ଲକ୍ଷ 05 ହଜାର 788ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା। ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ 1 ଲକ୍ଷ 49 ହଜାର 218ରେ ପହଞ୍ଚିଛି।

ସେହିପରି ଶୁକ୍ରବାର 22 ହଜାର 926 ଜଣ ସୁସ୍ଥ ହୋଇଛନ୍ତି ଯାହାକୁ ମିଶାଇ ମୋଟ ଦେଶରେ ସୁସ୍ଥ ସଂଖ୍ୟା 99 ଲକ୍ଷ 06 ହଜାର 387ରେ ପହଞ୍ଚିଛି। ବର୍ତ୍ତମାନ 2 ଲକ୍ଷ 50 ହଜାର 183 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ABOUT THE AUTHOR

...view details