ଓଡିଶା

odisha

ETV Bharat / bharat

କୋରାେନା ଭୟ; ମୋହାଲି ବିମାନବନ୍ଦରରେ 1804 ଯାତ୍ରୀଙ୍କ ସ୍କ୍ରିନ ଟେଷ୍ଟ - corona virus india

କୋରାେନା ଭାଇରସ ପାଇଁ 1 ହଜାର 804 ବିମାନ ଯାତ୍ରୀଙ୍କ ସ୍କ୍ରିନ ଟେଷ୍ଟ ଅମ୍ରିତସର ମୋହାଲି ବିମାନବନ୍ଦରରେ କରାଯାଇଛି। ଚୀନରୁ ଆସିଥିବା 33 ଯାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷଣ କରାଯାଇ 14 ଜଣଙ୍କୁ ଅବଜର୍ଭେସନରେ ରଖାଯାଇଛି। ଅଧିକ ଖବର ପଢନ୍ତୁ...

coronavirus screened
କୋରାେନା ଭାଇରସ ଭୟ, ମୋହାଲୀ ବିମାନବନ୍ଦରରେ 1,804 ଯାତ୍ରୀଙ୍କ ସ୍କ୍ରିନ ଟେଷ୍ଟ

By

Published : Feb 1, 2020, 2:39 PM IST

ଚଣ୍ଡୀଗଡ: ମାଡି ଚାଲିଛି କରୋନା ଭାଇରସ ଆତଙ୍କ। ଏବେ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ଚୀନରେ 260 ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ପରେ ଗୋଟିଏ ସ୍ଥାନରେ ଏହି ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଛି।ଏନେଇ ଶନିବାର ଚଣ୍ଡୀଗଡରେ 1804 ବିମାନ ଯାତ୍ରୀଙ୍କ ସ୍କ୍ରିନ ଟେଷ୍ଟ ଅମ୍ରିତସର ମୋହାଲି ବିମାନବନ୍ଦର ଓ ପଞ୍ଜାବର ଡେରା ବାବା ନାନକଙ୍କ ଚେକ୍ ପୋଷ୍ଟରେ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବଲବୀର ସିଂ ସିଦ୍ଧୁ କହିଛନ୍ତି।

coronavirus screened

ତାଙ୍କ କହିବା ଅନୁସାରେ, ସ୍କ୍ରିନିଂ ହୋଇଥିବା ସମସ୍ତ ବିମାନ ଯାତ୍ରାଙ୍କ ପାଖରେ କୋରୋନା ଭୂତାଣୁ ଦେଖିବାକୁ ମିଳିନାହିଁ। ଏପରିକି ଜାନୁୟାରୀ 15 ପରେ ଯେଉଁ ଯାତ୍ରୀ ଚୀନରୁ ଆସି ପଞ୍ଜାବରେ ପହଞ୍ଚିଛନ୍ତି ସେମାନଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ ବୋଲି ଭାରତ ସରକାର ଶୁକ୍ରାବର ଗାଇଡଲାଇନ ଜାରି କରିଛନ୍ତି। ସେଥିମଧ୍ୟରୁ 23 ରକ୍ତ ନମୁନା ସଂଗ୍ରହ କରାଯାଇ ପୁନେରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିରେ ପରୀକ୍ଷା କରାଯିବ।

ଚୀନରୁ ଆସିଥିବା 33 ଯାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷଣରୁ 2 ଜଣ ରକ୍ତ ନମୁନାରେ ଭାଇରସ ନେଗେଟିଭ ଥିବାବେଳେ 14 ଜଣଙ୍କୁ ଅବଜରଭେଜସନରେ ରଖାଯାଇଛି।

ଇନପୁଟ ଆଇଏନଏସ

ABOUT THE AUTHOR

...view details