ନଏଡା: ମୂଷାଙ୍କ ଭୟରେ କଡା ସୁରକ୍ଷାରେ ରହିବ ଇଭିଏମ ମେସିନ। ଚଳିତବର୍ଷ ନିର୍ବାଚନୀରେ ଇଭିଏମର କୌଣସି ଦୁର୍ବ୍ୟବହାର ଓ ତ୍ରୁଟିକୁ ରୋକିବାକୁ ଏଭଳି ସୁରକ୍ଷା ଯୋଗାଇ ଦିଆଯିବ। ଏଥିପାଇଁ ଗ୍ରେଟର ନୋଏଡାରେ ଇଭିଏମ ଓ ଭିଭିପ୍ୟାଟ ମେସିନର ଦେଖରେଖ ପାଇଁ18 ଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ତିନୋଟି ସିଟରେ 24 ଘଣ୍ଟା ଧରି ଏହି ଅଧିକାରୀମାନେ ଡ୍ୟୁଟିରେ ରହିବେ।
ଚଳିତ ନିର୍ବାଚନର ମତଦାନ ପରେ ସମସ୍ତ ଇଭିଏମ ଫେଜ-2 ସ୍ଥିତ ଫୁଲ ମଣ୍ଡିରେ ରଖାଯିବ। ମେ' 23 ମତଗଣନା ସରିବା ଯାଁଏ ସମସ୍ତ ଇଭିଏମଙ୍କ ସୁରକ୍ଷା ଦିଆଯିବ। ଇଭିଏମରେ କୌଣସି ପ୍ରକାର ତ୍ରୁଟି ଦେଖାଦେଲେ, ଏହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।
ଇଭିଏମକୁ ମୂଷା ଡର! - rats
ମୂଷାଙ୍କ ଭୟରେ ଗ୍ରେଟର ନଏଡାରେ ଇଭିଏମ ଓ ଭିଭିପ୍ୟାଟ ମେସିନର ଦେଖାରଖା ପାଇଁ 18 ଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।
ଫାଇଲ ଫଟୋ
ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ 11ରୁ ଭୋଟିଂ ଆରମ୍ଭ ହୋଇ ମେ 19 ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉ ଥିବାବେଳେ କଣ୍ଟ୍ରୋଲ ରୁମରେ ରଖାଯାଇଥିବା ଇଭିଏମ ଉପରେ ନଜର ରଖିବା ପାଇଁ ସିସିଟିଭି ଲଗାଯାଇଛି ।