ଓଡିଶା

odisha

ETV Bharat / bharat

ବନ୍ୟା ବିଭୀଷିକା; 170 ମୃତ, 1 କୋଟି ପ୍ରଭାବିତ - Bihar flood affected

ବନ୍ୟାର କରାଳ ରୂପରେ ଛାରଖାର ଆସାମ ଓ ବିହାର । ଏବେ ଯାଏ ସୁଧୁରୁ ପାରୁନି ବନ୍ୟାର ସ୍ଥିତି । ବର୍ତ୍ତମାନ ସୁଦ୍ଧା ଦୁଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା 170କୁ ପହଞ୍ଚିଥିବା ବେଳେ 1କୋଟି ପ୍ରଭାବିତ ହୋଇଛନ୍ତି ।

ଫାଇଲ ଫଟୋ

By

Published : Jul 23, 2019, 2:11 PM IST

ଗୌହାଟୀ/ପାଟଣା: ଆସାମ ଓ ବିହାରରେ ତାଣ୍ଡବ ରଚୁଛି ବନ୍ୟା । ବର୍ତ୍ତମାନ ସୁଦ୍ଧା 170 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1.07 କୋଟି ଲୋକେ ପ୍ରଭାବିତ ହୋଇଛନ୍ତି । ମୁଜାଫରପୁର ଅଞ୍ଚଳରେ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିହାରରେ ମୃତ୍ୟୁ ସଂଖ୍ୟା ଏବେ 104କୁ ପହଞ୍ଚିଛି । ସେହିପରି ଆସାମରେ 66 ନିରୀହ ଲୋକଙ୍କ ଜୀବନ ଗଲାଣି ।

ବିହାରର 12ଟି ଜିଲ୍ଲାର 76.85ଲକ୍ଷ ଲୋକେ ପ୍ରଭାବିତ ହୋଇଥିବାବେଳେ ଆସାମରେ 30 ଲକ୍ଷ ଲୋକ ଏବେ ବି ପାଣି ଘେରରେ ରହିଛନ୍ତି । ଉତ୍ତର-ପଶ୍ଚିମ ରାଜ୍ୟରେ 187 ବନ୍ୟଜନ୍ତୁଙ୍କ ସହ 16ଟି ଗଣ୍ଡାଙ୍କ ଜୀବନ ଗଲାଣି । 96,890 ଲୋକଙ୍କୁ ସ୍ଥାନାନ୍ତର କରିବା ସହ 757 ରିଲିଫ କ୍ୟାମ୍ପ ସ୍ଥାପନା କରାଯାଇଥିବା ପ୍ରଶାସନିକ ସ୍ତରରେ କୁହାଯାଇଛି । ତେବେ 2283 ଗାଁ ଓ 1.14 ଲକ୍ଷ ଚାଷ ଜମି ଧୋଇହୋଇଯାଇଛି ।

ବିହାରରେ 76.85 ଲକ୍ଷ ଫସି ରହିବା ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଏନଡିଆରଏଫ ଟିମ ଓ ରାଜ୍ୟ ବିପର୍ଯ୍ୟସ୍ତ ପ୍ରଶମନ ପାଣ୍ଠି ପକ୍ଷରୁ 125ଟି ଜାହାଜ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ABOUT THE AUTHOR

...view details