ଅମରାବତୀ: ଆନ୍ଧ୍ର ପ୍ରଦେଶରେ ପୁଣି କୋରୋନା ଭାଇରସ ଆକ୍ରାନ୍ତଙ୍କ ବୃଦ୍ଧି ଘଟିଛି । ଆଉ 17 ଜଣଙ୍କ ନିକଟରେ କୋରୋନା ପଜିଟିଭ ଦେଖିବାକୁ ମିଳିଛି । ଏନେଇ ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ, ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀରେ ତବଲିଗୀ ଜମାତ ବୈଠକରେ ଯୋଗ ଦେଇଥିଲେ। ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମାମଲା 40କୁ ବୃଦ୍ଧି ପାଇଛି ।
ଆନ୍ଧ୍ରରେ ସାମ୍ନାକୁ ଆସିଲା ଆଉ 17ଟି ନୂଆ ମାମଲା - tabhlig jamat meeting
ଦିଲ୍ଲୀରେ ତବଲିଗୀ ଜମାତ ବୈଠକରେ ଯୋଗଦଇଥିବା 17 ଜଣ କୋରୋନା ପଜିଟିଭ । ସମସ୍ତ ଆକ୍ରାନ୍ତ ପ୍ରକାସମ ଓ ଗୁଣ୍ଟୁର ଜିଲ୍ଲାର । ଅଧିକ ପଢନ୍ତୁ...
ଆନ୍ଧ୍ରାରେ ସାମ୍ନାକୁ ଆସିଲା ଆଉ 17ଟି ନୂଆ ମାମଲା
ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀ ବୁଲେଟିନ୍ ଅନୁଯାୟୀ, 17ଟି ନୂଆ ପଜିଟିଭ ମାମଲା ମଧ୍ୟରୁ 14ଟି ଦିଲ୍ଲୀରେ ଅନୁଷ୍ଠିତ ସଭାରେ ଯୋଗ ଦେଇଥିଲେ କିମ୍ବା ଏହି ସଭାରେ ଯୋଗ ଦେଇଥିବା ଲୋକଙ୍କ ସହ ସମ୍ପର୍କରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପ୍ରକାସମ ଓ ଗୁଣ୍ଟୁର ଜିଲ୍ଲାର । ଏହି ଆକ୍ରାନ୍ତଙ୍କ ବିଷୟରେ ଅଧିକ ବିବରଣୀ ବର୍ତ୍ତମାନ ଯାଞ୍ଚ କରାଯାଉଛି ।
@IANS