ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ସରକାର 2020 ପାଇଁ ପଦ୍ମ ପୁରସ୍କାରର ଘୋଷଣା କରିଛନ୍ତି । ମୋଟ 141 ଜଣ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ରହିଛନ୍ତି । ତେବେ ଚଳିତ ଥର କ୍ରୀଡାବିତ ପିଭି ସିନ୍ଧୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ସମେତ ୧୬ ଜଣଙ୍କୁ ପଦ୍ମ ଭୁଷଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି ।
ପାରିକର, ମନୋଜ ଦାସଙ୍କ ସମେତ ୧୬ ଜଣଙ୍କୁ ପଦ୍ମ ଭୁଷଣ - ପଦ୍ମଭୁଷଣ ପୁରସ୍କାର
କ୍ରୀଡାବିତ ପିଭି ସିନ୍ଧୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ସମେତ ୧୬ ଜଣଙ୍କୁ ପଦ୍ମ ଭୁଷଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି । ଅଧିକ ପଢନ୍ତୁ...
ପଦ୍ମଭୁଷଣ ପୁରସ୍କାର
ପଦ୍ମ ଭୁଷଣ ପାଇଁ ଯୋଗ୍ୟଙ୍କ ମଧ୍ୟରେ ଏମ.ମୁମତାଜ ଅଲ୍ଲୀ, ସୟଦ ମୁଆଜିମ ଅଲ୍ଲୀ, ମୁଜାଫର ହୁସେନ ବେଗ୍, ଅଜୟ ଚକ୍ରବର୍ତ୍ତୀ, ଓଡ଼ିଆ ଲେଖକ ମନୋଜ ଦାସ, ବାଳକୃଷ୍ଣ ଦୋଶି, କ୍ରିଷ୍ଣାମାଲ ଜଗନ୍ନାଥନ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି.ଜମିର, ଅନୀଲ ପ୍ରକାଶ ଜୋଷୀ, ଡ.ସେରିଂ ଲାଣ୍ଡୋଲ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ନୀଳକଣ୍ଠ ରାମକ୍ରିଷ୍ଣ ମେନନ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକର(ମରଣୋତ୍ତର), ପ୍ରଫେସର ଜଗଦୀଶ ସେଠ, ପି.ଭି.ସିନ୍ଧୁ ଏବଂ ବେନୁ ଶ୍ରୀନିବାସନ ରହିଛନ୍ତି ।
ଅନ୍ୟପକ୍ଷରେ 118 ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି ।