ଓଡିଶା

odisha

By

Published : Apr 16, 2020, 12:50 PM IST

ETV Bharat / bharat

ଦିଲ୍ଲୀ ସରକାରଙ୍କ ପ୍ରୟାସ: ପ୍ଲାଜମା ପଦ୍ଧତିରେ ହେବ କୋରୋନା ଚିକିତ୍ସା

ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ 1,578 COVID-19 ମାମଲା ହେଲାଣି । ତେବେ ଗୁରୁତର ଅସୁସ୍ଥ କୋରୋନା ଭାଇରସ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଟେକନିକ୍ ବ୍ୟବହାର କରିବାକୁ ଦିଲ୍ଲୀ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି।

govt to use plasma enrichment technique
ଦିଲ୍ଲୀ ସରକାରଙ୍କ ପ୍ରୟାସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ 1,578 COVID-19 ମାମଲା ହେଲାଣି । ତେବେ ଗୁରୁତର ଅସୁସ୍ଥ କୋରୋନା ଭାଇରସ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଟେକନିକ୍ ବ୍ୟବହାର କରିବାକୁ ଦିଲ୍ଲୀ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି।

ଜଣେ ଅଧିକାରୀଙ୍କ କହିବାନୁସାରେ, ପ୍ଲାଜମା ଟେକନିକ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଏବଂ ବିଲିୟାରି ସାଇନ୍ସେସ୍ (ILBS) ରେ କ୍ଲିନିକାଲ୍ ପରୀକ୍ଷା କରାଯାଇଛି । ଏହି ଟେକନିକ୍ ଫଳରେ କୋରୋନା ଭାଇରସରୁ ଉଦ୍ଧାର ହୋଇଥିବା ରୋଗୀଙ୍କ ରକ୍ତରୁ ଆଣ୍ଟିବଡି ଗୁରୁତର ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । COVID-19 ରୋଗୀଙ୍କ ମଧ୍ୟରେ ଜଟିଳତାକୁ ସୀମିତ ରଖିବା ପାଇଁ ଏହା କନଭାଲେସେଣ୍ଟ ପ୍ଲାଜମାର ପ୍ରଭାବକୁ ଆକଳନ କରାଯିବ ।

କୋରୋନା ଭାଇରସ ରୋଗୀଙ୍କ ପାଇଁ କନଭାଲେସେଣ୍ଟ୍ ପ୍ଲାଜମା ଏକ ପରୀକ୍ଷାମୂଳକ ପ୍ରଣାଳୀ । ଦିଲ୍ଲୀ ସରକାରୀ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସମୁଦାୟ COVID-19 ମାମଲାର ସଂଖ୍ୟା 1578 କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 32 କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ COVID-19 କଣ୍ଟେନମେଣ୍ଟ ଜୋନ୍ ମଧ୍ୟ 56 କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ଏହି ଟେକନିକ୍ ବ୍ୟବହାର କରୁଥିବା ସମୟରେ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ପ୍ରୋଟୋକଲ୍ ହିସାବରେ କାର୍ଯ୍ୟ କରିବାକୁ ପଡିବ ବୋଲି ରାଜ୍ୟପାଳ ଅନୀଲ ବୈଜଲ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋରୋନା ଭାଇରସ ସହ ଜଡିତ ଜଟିଳତାକୁ ସୀମିତ ରଖିବା ସହ କନଭାଲେସେଣ୍ଟ ପ୍ଲାଜମର ନିରାପତ୍ତା ଏବଂ କାର୍ଯ୍ୟକାରିତାକୁ ଆକଳନ କରିବା ପାଇଁ ଏକ ଅଧ୍ୟୟନରେ ଅଂଶଗ୍ରହଣ କରିଥିଲା ।

ABOUT THE AUTHOR

...view details