ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଅନୁଯାୟୀ କୋରୋନାରେ 64 ଜଣ ଡାକ୍ତରଙ୍କ ସମେତ 155ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଛି । ମନ୍ତ୍ରଣାଳୟ ଦେଶର ବିଭିନ୍ନ ରାଜ୍ୟରୁ ମୃତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ବୀମା ଦାବି ଗ୍ରହଣ କରିଛି। ଉତ୍ତରପ୍ରଦେଶରେ ସର୍ବାଧିକ 8 ଜଣ ଡାକ୍ତର ପୀଡିତ ହୋଇଛନ୍ତି । ଏହାପରେ ମହାରାଷ୍ଟ୍ର 6, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ 5 ଜଣ ଲେଖାଏଁ ଅଛନ୍ତି ।
ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ କହିଛନ୍ତି, ‘ରାଜ୍ୟ ଅନୁଯାୟୀ ଡାଟାବେସ୍ କେନ୍ଦ୍ର ପାଖରେ ନଥିବା ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ପ୍ରସ୍ତୁତ ଥିବା ଡାଟାବେସ ଅନୁଯାୟୀ ରିଲିଫ୍ ପ୍ରଦାନ କରାଯିବ’। ପ୍ରାୟ 26ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବୀମା ପାଇଁ ଦାବି କରିଛି ।