ଓଡିଶା

odisha

ETV Bharat / bharat

ମହିଳାଙ୍କ ପେଟରୁ ବାହାରିଲା 1500 ପଥର

ପଞ୍ଜାବର ଲୁଧିଆନାରେ ଜଣେ ମହିଳା ପଥୁରୀ ରୋଗରେ ପୀଡିତ ଥିଲେ । ଅସ୍ତ୍ରୋପଚାର ସମୟରେ ତାଙ୍କ ପେଟରୁ ବାହାରିଲା 1500ଟି ପଥର ।

By

Published : Aug 29, 2019, 12:33 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଚଣ୍ଡିଗଡ: ପଞ୍ଜାବର ଲୁଧିଆନା ସହରରେ ଜଣେ ମହିଳାଙ୍କ ପେଟ ଭିତରୁ ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ 1500 ପଥର ଅସ୍ତ୍ରୋପଚାର ସମୟରେ ବାହାର କରାଯାଇଛି । ମହିଳା ଜଣଙ୍କ ଦୀର୍ଘ ଦିନ ଧରି ପଥୁରୀ ରୋଗରେ ପୀଡିତ ଥିଲେ । ତେବେ ନିକଟରେ ତାଙ୍କର ସଫଳ ଅସ୍ତ୍ରୋପଚାର ପରେ ସେ ଏବେ ସୁସ୍ଥ ଥିବା ଜଣାପଡିଛି ।

ଡାକ୍ତରଙ୍କ କହିବାନୂଯାୟୀ, ଏକ ବାଇନାକୁଲାର ଲାପ୍ରୋସ୍କୋପି ଟେକନିକ ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଛି । ଯାହାଦ୍ବାରା ମହିଳା ଜଣଙ୍କ ଖୁବ ଶିଘ୍ର ସୁସ୍ଥ ହୋଇପାରିବେ । ସେ ଆହୁରି କହିଛନ୍ତି, ମହିଳା ଜଣଙ୍କ ଯେତବେଳେ ତାଙ୍କ ପାଖକୁ ଆସିଥିଲେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଖରାପ ଥିଲା । ସେ ଚାଲିବାକୁ ମଧ୍ୟ ଅସମର୍ଥ ଥିଲେ । ତେବେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ସ୍ବାସ୍ଥ୍ୟ ସେବା ଓ ଦେଖାଶୁଣା ଯୋଗୁଁ ଅପରେସନ କମ ଖର୍ଚ୍ଚ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇଛି ।

ମହିଳା ଜଣଙ୍କ ଏବେ ସୁସ୍ଥ ଥିବାବେଳେ ନିଜ ପେଟରୁ ଏତେ ମାତ୍ରାରେ ପଥର ବାହାରିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି ।

ABOUT THE AUTHOR

...view details