ଓଡିଶା

odisha

By

Published : Dec 27, 2019, 3:01 PM IST

ETV Bharat / bharat

15 ଟ୍ରକ ଏକ୍ସପାରୀ ଆପତ୍ତିଜନକ ସାମଗ୍ରୀ ଫିଙ୍ଗି ଫେରାର ଚାଳକ

15 ଟ୍ରକ ଏକ୍ସପାରୀ ଆପତ୍ତିଜନକ ସାମଗ୍ରୀ ଫିଙ୍ଗି ଫେରାର ଚାଳକ । ଉତ୍ତରପ୍ରଦେଶ ଗୋସାଇଖେଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ଆଗକୁ ପଢନ୍ତୁ...

15 truck government expired
ଏକ୍ସପ୍ୟାରୀ ଆପତ୍ତିଜନକ ସାମଗ୍ରୀ

ଲକ୍ଷ୍ନୌ:ଉତ୍ତରପ୍ରଦେଶ ସୋହରାମଉ ଥାନା ଅର୍ନ୍ତଗତ ଟୋଲପ୍ଲାଜା ନିକଟ ଗୋସାଇଖେଡା ଅଞ୍ଚଳରେ 15 ଟ୍ରକ ଏକ୍ସପାରୀ ଆପତ୍ତିଜନକ ସାମଗ୍ରୀ ପଡିରହିଛି । ଗାଁ ଲୋକଙ୍କ କହିବା ଅନୁସାରେ, ଏକା ସହ 15ଟି ଟ୍ରକ ଜିନିଷ ଆଣି ଗାଁ ଲୋକଙ୍କ ବାରଣ ସତ୍ତ୍ବେ ବି ଏକାଠି ସବୁ ଆପତ୍ତିଜନକ ସାମଗ୍ରୀ ପକାଇ ପଳାଇଥିଲେ ।

ଏକ୍ସପ୍ୟାରୀ ଆପତ୍ତିଜନକ ସାମଗ୍ରୀ

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଥିବା ବେଳେ ଗ୍ରାମବାସୀ କେହି ଟ୍ରକର ନମ୍ବର ଜାଣିନଥିବା କହିଛନ୍ତି । ସୂଚନା ଅନୁସାରେ ସରକାରୀ ହସ୍ପିଟାଲରୁ ଆସିଥିବା ଏହି ଟ୍ରକ ଏକ ଶୂନଶାନ ସ୍ଥାନ ଦେଖି ଜିନିଷ ଫିଙ୍ଗିବା ଉଦ୍ଦେଶ୍ୟରେ ଆସିଥିଲେ ।

ହଠାତ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ହଡବଡେଇ ଟ୍ରକ ଚାଳକ ସେହି ଗୋଟିଏ ସ୍ଥାନରେ ସବୁ ଜିନିଷ ଫିଙ୍ଗି ଦେଇଥିଲେ । ଟ୍ରକ ଚାଳକ କହିବା ଅନୁସାରେ, ଲକ୍ଷ୍ନୌ ସ୍ଥିତ ସ୍ବାସ୍ଥ୍ୟ ବିଭାଗର ସରକାରୀ ଗୋଦାମରୁ ଏହି ମାଲ ଅଣାଯାଇଥିଲା ।

ABOUT THE AUTHOR

...view details