ଓଡିଶା

odisha

ETV Bharat / bharat

ଫାଇନ୍‌ ପ୍ରହାର: ୧୫ ହଜାର ଟଙ୍କାର ସ୍କୁଟିି ଉପରେ ୨୩ ହଜାର ଟଙ୍କାର ଚାଲାଣ - scooty got 23 thousand challan

ଦିଲ୍ଲୀର ଗୀତା କଲୋନୀର ବାସିନ୍ଦା ଦିନେଶ ମଦାନଙ୍କ ବିରୋଧରେ ଗୁରଗାଁଓରେ ଟ୍ରାଫିକ୍‌ ନିୟମ ଉଲଂଘନ କରୁଥିବାରୁ 23 ହଜାର ଟଙ୍କାର ଚାଲାଣ କଟାଯାଇଛି । ଫାଇନ ଲାଗିଥିବ ସ୍କୁଟିର ମୂଲ୍ୟ 15 ହଜାର ବୋଲି କହିଛନ୍ତି ମାଲିକ।

ଡିଜାଇନ ଫଟୋ

By

Published : Sep 4, 2019, 11:50 AM IST

ଦିଲ୍ଲୀ: ନୂଆ ଟ୍ରାଫିକ ନିୟମ ଲାଗୁ ପରେ ନିୟମଭଙ୍ଗାଙ୍କ ପକେଟ ଫାଙ୍କା ହେଉଛି । ମୋଟା ଅଙ୍କର ତଣ୍ଡ ଗଣି ନୟାନ୍ତ ହେଲେଣି ଉଲ୍ଲଂଘନକାରୀ । ଏପରି ସ୍ଥଳେ ଏମିତି ଜଣେ ନିୟମଭଙ୍କକାରୀଙ୍କୁ ପଡିଛି ଟ୍ରାଫିକ ପୋଲିସ ଅର୍ଥ ଦଣ୍ଡ ପ୍ରହାର । ହଜାର ହଜାର କରି 23 ହଜାର ଫାଇନ୍‌ ଲାଗାଇଛନ୍ତି । ହେଲେ ଘୋଡା ଛ' ଟଙ୍କାଙ୍କୁ ଦାନା ନ' ଟଙ୍କାର ଉଦାହରଣ ଦେଖିବାକୁ ପଡିଛି ଏହି ଫାଇନ ପରେ, କାରଣ ଫାଇନ ଲାଗିଥିବ ସ୍କୁଟିର ବର୍ତ୍ତମାନ ମୂଲ୍ୟ 15 ହଜାର ବୋଲି କହିଛନ୍ତି ମାଲିକ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନା ଅନୁସାରେ ଦିଲ୍ଲୀର ଗୀତା କଲୋନୀର ବାସିନ୍ଦା ଦିନେଶ ମଦାନଙ୍କ ବିରୋଧରେ ଗୁରଗାଁଓରେ 23 ହଜାର ଟଙ୍କାର ଚାଲାଣ କରାଯାଇଛି । ଏହାସହ ଗୁରଗାଁଓ ଟ୍ରାଫିକ ପୁଲିସ ସ୍କୁଟିକୁ ସିଜ୍‌ କରିଛି । ତାଙ୍କ ନାମରେ ଏକାସାଙ୍ଗରେ 5ଟି ଚାଲାଣ କଟାଯାଇଛି । ଏହି ଚାଲାଣର କପି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଡ୍ରାଇଭ ପାଇଁ 5ହଜାର, Rc ବୁକ୍‌ ନଥିବା ଯୋଗୁଁ 5 ହଜାର, ଇନସ୍ୟୁରାନ୍ସ ପେପର ନଥିବାରୁ2 ହଜାର, ବାୟୁ ଓ ଶବ୍ଦ ପ୍ରଦୁଷଣ ନିୟମ ଖିଲାପ ପାଇଁ 10ହଜାର ଓ ବିନା ହେଲମେଟରେ ଯାତ୍ରା କରୁଥିବାରୁ 1ହଜାର, ମୋଟ 23 ହଜାର ଜୋରିମନା ଲାଗିଛି ।

ଚାଲାଣ କଟାଯିବା ପରେ ଦିନେଶ ମଦାନଙ୍କ କହିବା ଅନୁସାରେ ସ୍କୁଟରଟି ବହୁତ ପୁରୁଣା ଓ ବଜାରରେ ଏହାର ବର୍ତ୍ତମାନ ମୂଲ୍ୟ 15 ହଜାର ଟଙ୍କାରୁ ଅଧିକ ଦେବ ନାହିଁ । ଗାଡି ବିକିଲେ ବି ଏତେ ଟଙ୍କା ହେବ ନାହିଁ । ଏହାସହ ତାଙ୍କ କହିବା ଅନୁଯାୟୀ ଆରସି ବୁକ୍‌ର ଏକ କପି ୱାଟସ୍‌ଆପ୍‌ରେ ମିଳିଛି ମାତ୍ର ସେତେବେଳକୁ ତାଙ୍କ ନାମରେ 23 ହଜାର ଚାଲାଣ ପୋଲିସ କାଟି ସାରିଥିଲା । ଏବେ ମୋଟା ଅଙ୍କର ଫାଇନକୁ କିଛି କମାଇବା ପାଇଁ ସେ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details