ଓଡିଶା

odisha

ETV Bharat / bharat

ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା: 15 ମୃତ, 133 ଘର ନଷ୍ଟ

ଉତ୍ତରପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ। ତିନିଦିନରେ 15 ମୃତ । 133 ଘର ନଷ୍ଟ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।

By

Published : Jul 13, 2019, 10:42 AM IST

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗତ ତିନି ଦିନରୁ ଲଗାତାର ବର୍ଷା ଲାଗି ରହିଛି । ରାଜ୍ୟର 14 ଜିଲ୍ଲାରେ ପ୍ରବଳ ବର୍ଷା ଓ ଝଡ ତୋଫାନରେ 15 ଜଣଙ୍କ ମୃତ୍ୟୁ ହୋଇସାରିଛି ।

ଆଧିକାରୀକ ସୂତ୍ର ଅନୁସାରେ ବର୍ଷା ଯାେଗୁଁ ଜୁଲାଇ 9ରୁ 12 ତାରିଖ ମଧ୍ୟରେ 15 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 133 ଘର ନଷ୍ଟ ହୋଇଛି । ବର୍ଷାରେ ରାଜ୍ୟର ଉନ୍ନାଓ, ଖିରି, ଗୋରଖପୁର, କାନପୁର ନଗର, ବାରବାଙ୍କି, ଚାନ୍ଦୋଲି ଓ ମଉ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି ।

ଶନିବାର ମଧ୍ୟ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ABOUT THE AUTHOR

...view details