ଓଡିଶା

odisha

ETV Bharat / bharat

ଲକଡାଉନ ମଧ୍ୟରେ ଡକ୍ୟୁମେଣ୍ଟ୍ରି ବନାଇଲା 14 ବର୍ଷର ବାଳକ - ଡକ୍ୟୁମେଣ୍ଟାରୀ

ଲକଡାଉନ ମଧ୍ୟରେ ଡକ୍ୟୁମେଣ୍ଟ୍ରି ବନାଇଲା କେରଳର 14 ବର୍ଷର ବାଳକ । କୋରୋନା ମହାମାରୀକୁ ନେଇ ଲାଗୁ ହୋଇଥିବା ଲକଡାଉନରେ କେରଳର କୋଚି ରୋଡରେ ଜଣେ ବାଳକ ରାତିରେ ଡକ୍ୟୁମେଣ୍ଟ୍ରି ବନାଇଛନ୍ତି ।

short movie
ଲକଡାଉନ ମଧ୍ୟରେ ଡକ୍ୟୁମେଣ୍ଟାରୀ ବନାଇଲା 14 ବର୍ଷୀୟ ବାଳକ

By

Published : Jun 15, 2020, 5:39 PM IST

ଥୀରୁଅନନ୍ତପୁରମ: ଲକଡାଉନ ମଧ୍ୟରେ ଡକ୍ୟୁମେଣ୍ଟ୍ରି ବନାଇଲା କେରଳର 14 ବର୍ଷର ବାଳକ । କୋରୋନା ମହାମାରୀକୁ ନେଇ ଲାଗୁ ହୋଇଥିବା ଲକଡାଉନରେ କେରଳର କୋଚି ରୋଡରେ ଜଣେ ବାଳକ ରାତିରେ ଡକ୍ୟୁମେଣ୍ଟ୍ରି ବନାଇଛନ୍ତି ।

ସୂଚନା ଅନୁଯାୟୀ, ଶ୍ରୀହରୀ ରାଜେଶ ନାମକ ଏହି ଦଶମ ଶ୍ରେଣୀ ଛାତ୍ର ଲକଡାଉନ ସମୟରେ ନିଜ ବାପାଙ୍କ ସହ ଲୋକଙ୍କୁ ଖାଦ୍ୟ ବାଣ୍ଟିବାକୁ ଯାଉଥିବାବେଳେ ଏହି ଭିଡିଓ ତିଆରି କରିଥିଲେ ।

କୋଚୀ ରୋଡ ଠାରେ ସବୁ ଲୋକ ବ୍ୟସ୍ତ ଥିଲେ । ସେଥିପାଇଁ ମୁଁ ଜିଲ୍ଲାବାସୀଙ୍କୁ ଖାଲି ରୋଡ୍ ଦେଖାଇବା ପାଇଁ ଏକ ଯୋଜନା କରିଥିଲି । ଯାହାକୁ ମୁଁ ନିଜ ଫୋନରେ ସୁଟିଙ୍ଗ୍ କରିଥିଲି । ଯାହାର ନାମ ‘ସାଇଲେଣ୍ଟ ରୋଡ୍’ ଦେଇଥିବା ରାଜେଶ କହିଛନ୍ତି ।

ଏଥିସହ ସେ କହିଛନ୍ତି, ମୁଁ ମୋ ପରିବାରର ସମର୍ଥନରେ ଟ୍ରାଫିକ ନିୟମ ଉଲଙ୍ଘନକୁ ନେଇ ‘ଆଲାରମ ଅଫ୍ ଲାଇଫ’ ନାମକ ଏକ ଯୋଜନା ବନାଇଥିଲି । ଯେଉଁଥିରେ ଟ୍ରାଫିକ ନିୟମ ଉଲଙ୍ଘନ ବିଷୟରେ ଦର୍ଶାଇଥିଲି ।

ତେବେ ଶ୍ରୀହରୀ ରାଜେଶ କୋଚିର ଏଲମକୁଲମର ରହୁଥିବାବେଳେ ସେ ଭବନ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ସେ ଏହା ପୂର୍ବରୁ କଭର ଏବଂ ଚାତି ନାମକ ଦୁଇଟି ସର୍ଟଫିଲ୍ମ ନିଜ ଫୋନରେ ସୁଟ୍ କରିଥିଲେ । ତେବେ ରାଜେଶ ବନାଉଥିବା ପ୍ରତିଟି ସର୍ଟ ଫିଲ୍ମ ସମାଜକୁ କିଛି ନା କିଛି ସଚେତନ ବାର୍ତ୍ତା ଦେଇଥାଏ ।

ABOUT THE AUTHOR

...view details