ଓଡିଶା

odisha

By

Published : Apr 12, 2019, 2:39 PM IST

ETV Bharat / bharat

ସ୍ବଚ୍ଛ ହେବ ମାଉଣ୍ଟ ଏଭରେଷ୍ଟ, ହଟିବ 10ହଜାର କିଲୋଗ୍ରାମର ଆବର୍ଜନା

ଏଭରେଷ୍ଟରେ ଜମା ହୋଇ ରହିଛି କୁଢ କୁଢ ଅଳିଆ। ଯେଉଁଥିପାଇଁ ସମାଲୋଚନାର ଶିକାର ହେଉଛି ନେପାଳ। ସେନେଇ ଏବେ ଆରମ୍ଭ ହେବ ସଫେଇ ଅଭିଯାନ । 10ହଜାର କିଲୋଗ୍ରାମର ଅଳିଆ ସଫେଇ ପାଇଁ ଯୋଗଦେବେ 14 ଟି ଟିମ୍ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆରମ୍ଭ ହେବ ଦୁନିଆର ସବୁଠୁ ଉଚ୍ଚତମ ପର୍ବତ ମାଉଣ୍ଟ ଏଭରେଷ୍ଟରୁ ଅଳିଆ ସଫା । ଏହି ଅଭିଯାନ ପାଇଁ ନେପାଳ ସରକାର ପର୍ବାତାରୋହୀ ସଙ୍ଗଠନ, ସେନା ଓ ସ୍ଥାନୀୟ ସଙ୍ଗଠନ ସହ ହାତ ମିଳାଇଛନ୍ତି । ସେନେଇ ଏପ୍ରିଲ 25ରୁ 14 ଟି ଟିମ୍ ଏଭରେଷ୍ଟର ବେସ କ୍ୟାମ୍ପକୁ ଯିବେ । ପର୍ବତ ଶିଖରରେ ଜମା ହୋଇଥିବା 10 ହଜାର କିଲୋଗ୍ରାମର ଆବର୍ଜନାକୁ ତଳକୁ ଆଣିବା ଏହି ଅଭିଯାନର ଉଦ୍ଦେଶ୍ୟ । ବେସ କ୍ୟାମ୍ପ ପର୍ଯ୍ୟନ୍ତ ଆବର୍ଜନା ଆଣିଥିବା ବ୍ୟକ୍ତିଙ୍କୁ ନେପାଳ ସରକାର ପ୍ରୋତ୍ସାହନ ରାଶି ଦେବାର ସୂଚନା ମିଳିଛି ।

ତେବେ ପର୍ବତାରୋହୀଙ୍କ ଏଭରେଷ୍ଟ ଆରୋହଣ ଯୋଗୁଁ ଦୀର୍ଘଦିନ ଧରି ଶିଖରେରେ ଅଳିଆ ଆବର୍ଜନା ଜମା ହୋଇ ରହିଛି। ଯେଉଁଥିପାଇଁ ବାରମ୍ବାର ଏଭରେଷ୍ଟର ସ୍ବଚ୍ଛତାକୁ ନେଇ ନେପାଳ ଉପରକୁ ସବୁବେଳେ ଆଙ୍ଗୁଠି ଉଠୁଥିବା କହିଛନ୍ତି ନେପାଳ ପର୍ଯ୍ୟଟନ ବିଭାଗର ମୁଖ୍ୟ । କିନ୍ତୁ ଏବେ ଏହାର ସମାଧାନ ପାଇଁ ଏକ ଟିମ ଗଠନ କରାଯାଇଛି।

ଅନ୍ୟପଟେ ଏଭଳି ଯୋଜନାରେ ସହଯୋଗ କରୁଥିବା ଏକ ସଙ୍ଘଠର କହିବାନୂଯାୟୀ, ପ୍ରଥମଥର ପାଇଁ ସରକାରଙ୍କର ଏଭଳି ପଦକ୍ଷେପ ସ୍ବାଗତ ଯୋଗ୍ୟ । କିନ୍ତୁ ଏତେ ସାରା ଆବର୍ଜନାକୁ ବର୍ଷକ ଭିତରେ ସଫାକରିବା ସମ୍ଭବ ନୁହେଁ। ଏଥିପାଇଁ ବାରମ୍ବାର ପ୍ରୟାସ କରିବାକୁ ପଡିବ । ଖବରମୂତାବକ ଏଭରେଷ୍ଟରେ ବଢୁଥିବା ଆବର୍ଜନା ଯୋଗୁଁ ଚୀନ ଚଳିତବର୍ଷ ପର୍ବତାରୋହୀଙ୍କ ଠାରୁ କିଛି ଟଙ୍କା କାଟି ଦେଇଛି।

ତେବେ 66 ବର୍ଷ ପୂର୍ବେ ଏଡମେଣ୍ଡ ହିଲେରୀ ଓ ତେଜିଙ୍ଗ ନାର୍ଗି ପ୍ରଥମ ଥର ପାଇଁ 8 ହଜାର 848 ମିଟର ଉଚ୍ଚତାକୁ ଆରୋହଣ କରି ଜିତ ହାସଲ କରିଥିଲେ। ତାପରେ ଏପର୍ଯ୍ୟନ୍ତ 4 ହଜାରରୁ ଉର୍ଦ୍ଧ୍ବ ଲୋକ ଏଭରେଷ୍ଟ ଆରୋହଣ କରି ସାରିଛନ୍ତି । ଗତବର୍ଷ 807 ଜଣ ପର୍ବତାରୋହୀ ଏଭରେଷ୍ଟ ଆରୋହଣ କରିଥିଲେ ।

ABOUT THE AUTHOR

...view details