ନୂଆଦିଲ୍ଲୀ: ଆମେରିକା, ଇଟାଲୀ ଭଳି ୟୁରୋପୀୟ ଦେଶ ପରେ ଏବେ ବ୍ରାଜିଲ, ରୁଷ ଓ ଭାରତ ନଜରରେ କୋଭିଡ। ଏହି ତିନୋଟି ଦେଶ ଏବେ କୋରୋନାର ନୂଆ ହଟସ୍ପଟ ପାଲିଟଛନ୍ତି । ଭାରତରେ ଲକ୍ଷେ ପାର କଲାଣି ସଂକ୍ରମିତଙ୍କ ସଂଖ୍ୟା । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପୁଣି 14ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଗତ ଶୁକ୍ରବାର,ଦିଲ୍ଲୀରେ ନୂଆ କରି 14ଟି ଅଞ୍ଚଳକୁ କଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ରାଜ୍ୟରେ ଏବେ ଏହା 92ଟି କଣ୍ଟେନମେଣ୍ଟ ଜୋନ ରହିଛି । ବର୍ତ୍ତମାନ ସୁଦ୍ଧା 34 ଟି ଅଞ୍ଚଳ ଡି-କଣ୍ଟେନମେଣ୍ଟ ଚିହ୍ନଟ ହୋଇଛି ।