ଓଡିଶା

odisha

ETV Bharat / bharat

ଚମକି ଜ୍ବରରେ କମ୍ପୁଛି ବିହାର, ମୃତ୍ୟୁସଂଖ୍ୟା 14କୁ ଛୁଇଁଲା

ଜାଫରପୁର ଜିଲ୍ଲାରେ ଚମକି ଜ୍ବରରେ ମୃତ୍ୟୁ ସଂଖ୍ୟା 14 ଛୁଇଁଥିବା ନେଇ ଜଣା ପଡିଛି । ଜିଲ୍ଲାରେ ଭୟଙ୍କର ରୂପ ଧାରଣ କରିଥିବା ଚମକି ଜ୍ବର ପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ହାଇଆଲର୍ଟରେ ରଖାଯାଇଛି ।

By

Published : Jun 9, 2019, 9:08 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପାଟନା: ଉତ୍ତର ବିହାରର ମୁଜାଫରପୁର ଜିଲ୍ଲା ଏବେ ଚମକି ଜ୍ବରରେ କମ୍ପୁଥିବା ବେଳେ ଗତ 24 ଘଣ୍ଟା ଭିତରେ ଆହୁରି 5ଜଣ ଶିଶୁଙ୍କର ମୃତ୍ୟୁ ହୋଇ ସାରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 14 ଛୁଇଁଥିବା ନେଇ ଜଣା ପଡିଛି ।

ମୁଜାଫରପୁରର ଶ୍ରୀକୃଷ୍ଣ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିବା 38 ଜଣ ଶିଶୁଙ୍କ ଠାରେ ଏହି ଜ୍ବରର ଲକ୍ଷଣ ମିଳିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ 14 ଜଣଙ୍କ ମୃତ୍ୟୁ ହୋଇସାରିଥିବା ନେଇ ହସ୍ପିଟାଲ ଅଧୀକ୍ଷକ ସୁନୀଲ ଶାହୀ ସୂଚନା ଦେଇଛନ୍ତି ।

ଚମକି ଜ୍ବରରେ 15 ବର୍ଷ ଭିତରେ ଶିଶୁ ଆକ୍ରାନ୍ତ ହେଉଥିବା ବେଳେ ମୃତକ ଶିଶୁଙ୍କ ମଧ୍ୟରୁ ଅଧିକାଂଶ ଶିଶୁ 1ରୁ 7 ବର୍ଷ ମଧ୍ୟରେ ହୋଇଥିବା ଜଣା ପଡିଛି । ଅତ୍ୟଧିକ ଗରମ ସହିତ ଆଦ୍ରତା 50 ପ୍ରତିଶତରୁ ଅଧିକ ରହିବା ଏହି ରୋଗର କାରଣ ବୋଲି ଶିଶୁରୋଗ ବିଭାଗର ଅଧ୍ୟକ୍ଷ ଡାକ୍ତର ଗୋପାଳ ସହନୀ କହିଛନ୍ତି ।

ଏହି ରୋଗରୁ ରକ୍ଷା ପାଇବା ପାଇଁ ପ୍ରଚୁର ପାଣି ପିଇବା ଓ ଭୋକିଲା ନ ରହିବା ସହ ଦିନକୁ ଦୁଇରୁ ତିନି ଥର ଗାଧୋଇବା ପାଇଁ ଡାକ୍ତର ସହନୀ ଶିଶୁଙ୍କ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାରେ ଭୟଙ୍କର ରୂପ ଧାରଣ କରିଥିବା ଚମକି ଜ୍ବର ପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ହାଇଆଲର୍ଟରେ ରଖାଯାଇଛି ।

ABOUT THE AUTHOR

...view details