ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ ପରଠୁ ଭାରତରେ ଲଗାତାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛି । ପାକିସ୍ତାନ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନର ପ୍ରାୟ135 ଆତଙ୍କୀ କାଶ୍ମୀରରେ ଅନୁପ୍ରବେଶ କରିଥିବା ଜଣାପଡିଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ କମ ରହିଛି । ଗତବର୍ଷ ପ୍ରାୟ 143 ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ କରିଥିଲେ ।
କାଶ୍ମୀର ଘାଟିରେ ଅନୁପ୍ରବେଶ କରିଛନ୍ତି 135 ଆତଙ୍କବାଦୀ - 135 terrorists have infiltrated since august
ଧାରା 370 ଉଚ୍ଛେଦ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଙ୍ଗଠନର ପ୍ରାୟ135 ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ କରିଛନ୍ତି।
ଭାରତରେ ଅନୁପ୍ରବେଶ ପାଇଁ ବ୍ୟବହାର ହେଉଥିବା ରାସ୍ତାକୁ ଚିହ୍ନଟ କରିଛନ୍ତି ସୁରକ୍ଷାକର୍ମୀ । ଏହାସହିତ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ନିୟନ୍ତ୍ରଣ ରେଖାରେ ସେନା ଏବଂ ବିଏସଏଫ ବ୍ୟତୀତ ଭିଲେଜ ଡିଫେନ୍ସ କମିଟି, ପୋଲିସ ଏବଂ ଆଇବି ପକ୍ଷରୁ ମଧ୍ୟ ନଜର ରଖାଯାଇଛି । ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ କରିବା ପାଇଁ ନୂଆ ନୂଆ ରାସ୍ତା ଆପଣାଉଛନ୍ତି । ଏହା ସହିତ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଲସ୍କର-ଏ-ତୋଇବା ଏବଂ ଜୈଶ-ଇ-ମହମ୍ମଦର ଲଞ୍ଚ ପ୍ୟଡ ଏବଂ ଆତଙ୍କବାଦୀ ଶିବିର ସକ୍ରିୟ ଥିବାନେଇ ଜଣାପଡିଥିବା ସେ କହିଛନ୍ତି ।
ଫଇନାନସିଆଲ ଏକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ଦୀର୍ଘ ଦିନରୁ ପାକିସ୍ତାନ ଉପରେ ନଜର ରଖିଥିବା ଯୋଗୁଁ ମେରୁ ଜୁଲାଇ ମଧ୍ୟରେ ସୀମାପାର ଆତଙ୍କବାଦ ଗତିବିଧି କମ ରହିଥିଲା । ହେଲେ ଅଗଷ୍ଟରେ ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରଠାରୁ ସୀମାପାର ଆତଙ୍କବାଦ ବୃଦ୍ଧି ଘଟିଛି।