ନୂଆଦିଲ୍ଲୀ :ଦିନକୁ ଦିନକାୟା ବିସ୍ତାର କରୁଛି କୋରୋନା । ପାଖାପାଖି 188 ଦେଶକୁ ଗ୍ରାସ କରିଛି ମହାମାରୀ କୋରୋନା । ତେବେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ଭାଇରସ ଉପରେ ରୋକ ଲାଗି ପାରୁନି । ଦିଲ୍ଲୀରେ କୋରୋନା ପଜିଟିଭଙ୍କ ସଂଖ୍ୟା 20834 ଥିବା ବେଳେ ମୃତକଙ୍କ ସଂଖ୍ୟା 523ରେ ପହଞ୍ଚିଛି ।
ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ 13 କୋରୋନା ପଜିଟିଭ ଚିହ୍ନଟ - ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟରେ 13 କୋରୋନା ପଜେଟିଭ ଚିହ୍ନଟ
ଦିଲ୍ଲୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ 13 କୋରୋନା ପଜିଟିଭ ଚିହ୍ନଟ । ଆତଙ୍କିତ ସମସ୍ତ କର୍ମଚାରୀ । ଅଧିକ ପଢନ୍ତୁ....
ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟରେ 13 କୋରୋନା ପଜେଟିଭ ଚିହ୍ନଟ
ସେହି କ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ 13 ଜଣ କର୍ମଚାରୀଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଯାହାକୁ ନେଇ ପୁରା କାର୍ଯ୍ୟାଳୟରେ ଆତଙ୍କ ଖେଳି ଯାଇଛି । ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଭାରତରେ 8,171ଟି ନୂଆ କୋଭିଡ-19 ମାମଲା ସାମ୍ନାକୁ ଆସିଥିବା ବେଳେ 204 ଜଣଙ୍କର ମୃତ୍ୟୁ ହୋଇଛି ।
ସୌଜନ୍ୟ @ ANI