ଗୌହାଟୀ: ସାରା ଦେଶରେ ଜାରି ରହିଛି ଲକ ଡାଉନ । ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଲକ ଡାଉନ ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ଫଳରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ଗୌହାଟୀରେ ଫସିଥିବା 13 କାଶ୍ମୀରବାସୀଙ୍କ ମୁହଁରେ ଦାନ ଦେଲା ପୋଲିସ
ଲକ ଡାଉନ ଯୋଗୁଁ ହଟହଟା ହେଲେ କାଶ୍ମୀରବାସୀ । ଫସିଥିବା ଲୋକଙ୍କ ମୁହଁରେ ଦାନ ଦେଲା ପୋଲିସ । ଅଧିକ ପଢନ୍ତୁ...
ଫସିଥିବା ଲୋକଙ୍କ ମୁହଁରେ ଦାନ ଦେଲା ପୋଲିସ
ହେଲେ, ଲକଡାଉନ ଯୋଗୁଁ ଗୌହାଟୀରେ ଫସିଥିବା 13 କାଶ୍ମୀରବାସୀଙ୍କ ମୁହଁରେ ଦାନା ଦେଇଛନ୍ତି ପୋଲିସ । କାଶ୍ମୀରର 13 ଜଣ ଗୌହାଟୀରେ ଏକ ମେଳାକୁ ଆସିଥିଲେ । ଯାହା 21ରେ ଶେଷ ହୋଇଥିଲା । ହେଲେ ପରେ ଲକ ଡାଉନ ଯୋଗୁଁ ଗାଡି ଚଳାଚଳ ବନ୍ଦ ଥିବାରୁ ଗୌହାଟୀରେ ରହିଯାଇଥିବା ଯୁବକମାନେ କହିଛନ୍ତି । ଫସି ଥିବା କାଶ୍ମୀର ଲୋକଙ୍କୁ ପୋଲିସ ଖାଦ୍ୟ ସାମଗ୍ରୀ ଦେଇଥିବାରୁ ପୋଲିସକୁ ସାଧୁବାଦ ଜଣାଇଛନ୍ତି । ତେବେ ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୁଦ୍ଦିଜୀବୀ ।
ସୌଜନ୍ୟ @ANI