ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କୋରୋନା ସ୍ଥିତି ଭୟଙ୍କର ରୂପ ନେଇଛି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ଅଭିମୁଖେ ଅଗ୍ରସର ହୋଇଛି । ଯାହା ଯୋଗୀ ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ଶନିବାର ୟୁପିରେ ନୂଆ 125ଟି ମାମଲା ସାମନାକୁ ଆସିଛି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 974 ଛୁଇଁଛି । ପରିସ୍ଥିତିର ଭୟାବହତାକୁ ଦେଖିଲେ ରବିବାର ଏହା 1000 ପାର କରିବାର ସମ୍ଭାବନା ରହିଛି । ପୂର୍ବରୁ ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, ଦିଲ୍ଲୀ ପ୍ରଭୃତି ରାଜ୍ୟରେ ପଜିଟିଭ ସଂଖ୍ୟା 1000 ପାର କରିସାରିଛି ।