ଓଡିଶା

odisha

ETV Bharat / bharat

20 ରାଜ୍ୟରେ 122 ଏନଡିଆରଏଫ ଟିମ୍ ନିୟୋଜିତ

ଆସାମରେ 16 ଏବଂ ବିହାରରେ 21ଟି ସମେତ 122ଟି ଏନଡିଆରଏଫ ଟିମକୁ 20ଟି ରାଜ୍ୟରେ ନିୟୋଜିତ କରାଯାଇଛି ବୋଲି ଏନଡିଆରଏଫ ଡିଜି ଏସଏନ ପ୍ରଧାନ ଗୁରୁବାର ସୂଚନା ଦେଇଛନ୍ତି ।

By

Published : Jul 23, 2020, 5:41 PM IST

_122 ndrf team
20ଟି ରାଜ୍ୟକୁ 122 ଏନଡିଆରଏଫ ଟିମ୍ ନିୟୋଜିତ

ନୂଆଦିଲ୍ଲୀ: ଆସାମରେ 16 ଏବଂ ବିହାରରେ 21ଟି ସମେତ 122ଟି ଏନଡିଆରଏଫ ଟିମ 20ଟି ରାଜ୍ୟରେ ନିୟୋଜିତ କରାଯାଇଛି । ଏନେଇ ଏନଡିଆରଏଫ ଡିଜି ଏସଏନ ପ୍ରଧାନ ଗୁରୁବାର ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ମୌସୁମୀ ପ୍ରଭାବରେ ସ୍ୱାଭାବିକ ଠାରୁ ବର୍ଷା ଅଧିକ ହୋଇଛି । ଏହା ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ବର୍ତ୍ତମାନ ବିହାର ଏବଂ ଆସାମ ବନ୍ୟାରେ ବେଶ ପ୍ରଭାବିତ ହୋଇଛନ୍ତି । ଏହି ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ଆସାମରେ ପାଖାପାଖି 40000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଆସାମର ପ୍ରାୟ 30 ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛନ୍ତି ବୋଲି ଏସଏନ ପ୍ରଧାନ କହିଛନ୍ତି। ଆମ ଦଳ ସତର୍କତାମୂଳକ ପଦକ୍ଷେପ ଭାବରେ ପିପିଇ କିଟ୍ ପିନ୍ଧି ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ବର୍ତ୍ତମାନ ଆମେ ଦୁଇଟି ସମସ୍ୟା ଦେଇ ଗତି କରୁଛି । ତାହା ହେଉଛି କୋରୋନା ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ । ପ୍ରାୟ ସମସ୍ତ ନଦୀ ବିପଦ ସ୍ତରରେ ପ୍ରବାହିତ ହେଉଛି । ଏଥିସହ କୋସି, ଗନ୍ଧକ, କମଲାବାନାଲ, ମହାନନ୍ଦା ଭଳି ନଦୀ ବିପଦ ସ୍ତର ଦେଇ ଅତିକ୍ରମ କରିଛି । ଯେଉଁଥିପାଇଁ ନଦୀ ଜଳ ବିସ୍ତାର କରୁଛି।

ବିହାରରେ ଏପର୍ଯ୍ୟନ୍ତ ବନ୍ୟାରେ କୌଣସି ମୃତ୍ୟୁ ହୋଇନଥିବା ଜଣାପଡିଛି । ସେହିପରି ଆସାମରେ ଏଏସଡିଏମଏ କହିଛି ଯେ ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ 30ଟି ଜିଲ୍ଲାରେ 89 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିସହ 30 ଜିଲ୍ଲାର ପାଖାପାଖି 56,27,389 ଜଣ ପ୍ରଭାବିତ ହୋଇଛନ୍ତି।

ABOUT THE AUTHOR

...view details