ଓଡିଶା

odisha

ETV Bharat / bharat

ଅଜବ ପରମ୍ପରା: ପଥର ଫିଙ୍ଗି ପାଳନ ହୁଏ ପର୍ବ, 120 ଗୁରୁତର

ଅଜବ ପରମ୍ପରା । ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ପଥର ଫିଙ୍ଗି ପାଳନ ହୋଇଥାଏ ବାଗଓ୍ବାଲ ପର୍ବ । ଉତ୍ତରାଖଣ୍ଡର ଚମ୍ପାଓ୍ବତ ଜିଲ୍ଲାରେ ପାଳିତ ହୁଏ ଏହି ପର୍ବ ।

By

Published : Aug 15, 2019, 11:16 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ

ଡେରାଡୁନ: ଅଜବ ପରମ୍ପରା, ଅଜବ ନୀତି । ସଂସ୍କୃତି ଓ ପରମ୍ପରାକୁ ପେଥୟ କରି ଏକ ଅଦ୍ଭୁତ ପର୍ବ ପାଳନ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଚମ୍ପାଓ୍ବତ ଜିଲ୍ଲାରେ । ଆଜି ଥିଲା ପଥର ଫିଙ୍ଗା ପର୍ବ । ଏହି ପର୍ବ ଜିଲ୍ଲାର ଦେଦିହୁରା ଅଞ୍ଚଳରେ ଥିବା ଏକ ମନ୍ଦିରରେ ଦେଖିବାକୁ ମିଳିଛି ।

ତେବେ ଏହି ପଥର ଫିଙ୍ଗା ପର୍ବରେ 120ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଗୁରୁତର ଭାବେ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଜିଲ୍ଲାର ବାଗଓ୍ବାଲ ନାମରେ ଏକ ପଥର ଫିଙ୍ଗା ପର୍ବ ପ୍ରତିବର୍ଷ ଏଠାରେ ପାଳିତ ହୋଇ ଆସୁଛି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ବରାହୀ ଦେବୀଙ୍କ ମନ୍ଦିରରେ ଏହି ପର୍ବ ପାଳିତ ହୋଇ ଆସୁଛି । ଏହି ପର୍ବରେ ଶ୍ରଦ୍ଧାଳୁମାନେ ପରସ୍ପର ଉପରେ ପଥର ଫିଙ୍ଗିଥାନ୍ତି । ତେବେ ଏହି ପର୍ବକୁ ପାଳନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଥାନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାଯୀ ଏଠାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଏ । ପରେ ସେମାନେ ପରସ୍ପର ଉପରକୁ ପଥରଫିଙ୍ଗା ଆରମ୍ଭ କରିଥାନ୍ତି ।

ABOUT THE AUTHOR

...view details