ନୂଆଦିଲ୍ଲୀ: ଲକ ଡାଉନରେ ଅଧିକ ଅସୁବିଧା ଭୋଗୁଛନ୍ତି ପ୍ରବାସୀ ଶ୍ରମିକ । ଏଭଳି ସ୍ଥିତିରେ ଏମାନଙ୍କୁ ଘରକୁ ଫେରିବାକୁ ସାହାଯ୍ୟର ହାତ ବଢାଇଛନ୍ତି ନୋଏଡାର 12 ବର୍ଷୀୟ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ । ଦୁଇ ବର୍ଷ ହେବ ସଞ୍ଚୟ କରିଥିବା 48 ହଜାର ଟଙ୍କା ସେ ପ୍ରବାସୀ ଶ୍ରମିକଙ୍କ ଘରକୁ ଫେରିବା ବ୍ୟବସ୍ଥା କରିଛନ୍ତି ।
ନିହାରିକା ଦିୱେଦୀ ନାମକ ଏହି ଛାତ୍ରୀ ଟେଲିଭିଜନରେ ବାରମ୍ବାର ଶ୍ରମିକଙ୍କ ସମସ୍ୟା ବିଷୟରେ ଖବର ଦେଖି ସାହାଯ୍ୟ ନେଇ ଚିନ୍ତା କରିଥିଲେ । ଏହି ବିଷୟରେ ପରିବାର ସଦସ୍ୟଙ୍କୁ ଅବଗତ କରାଇ ରବିବାର 3 ଜଣ ପ୍ରବାସୀ ଶ୍ରମିକଙ୍କୁ ଝାଡଖଣ୍ଡ ପଠାଇଛନ୍ତି ।ବିମାନ ମାଧ୍ୟମରେ ସେମାନେ ନିଜ ଘରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ସେମାନଙ୍କ ଭିତରେ ଜଣେ କ୍ୟାନସର ରୋଗୀ ଥିବା ଜଣାପଡିଛି ।