ଓଡିଶା

odisha

ETV Bharat / bharat

ଜେଟଲୀ-ସୁଷମାଙ୍କ ସମେତ 12ଜଣଙ୍କୁ ମରଣତ୍ତୋର ପଦ୍ମ ପୁରସ୍କାର - ମରଣତ୍ତୋର ପଦ୍ମ ପୁରସ୍କାର

ଦିବଙ୍ଗତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ, ସୁଷମା ସ୍ବରାଜ, ଏବଂ ଜର୍ଜ ଫର୍ନାଣ୍ଡିଜଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ଅଧିକ ପଢନ୍ତୁ...

Posthumous award
ଜେଟଲୀ-ସୁଷମା

By

Published : Jan 25, 2020, 11:55 PM IST

ନୂଆଦିଲ୍ଲୀ: ଦିବଙ୍ଗତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ, ସୁଷମା ସ୍ବରାଜ, ଏବଂ ଜର୍ଜ ଫର୍ନାଣ୍ଡିଜଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କୁ ମରଣୋତ୍ତର ପଦ୍ମ ଭୂଷଣରେ ସମ୍ମାନିତ ହେବେ ।

ଏହା ବ୍ୟତୀତ ନିକଟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆଧ୍ୟାତ୍ମିକ ଗୁରୁ ବିଶ୍ବେସ ତୀର୍ଥ ସ୍ବାମୀଜି, ସୈଦ ମୁଆଜିମ ଅଲି, ଏନ.ଆର ମାଧବ ମେନନ, ଇନ୍ଦିରା ଦେସନାୟକେ, ଅବ୍ଦୁଲ ଜାବ୍ବର, ଓଡିଶାର ପ୍ରସିଦ୍ଧ ନିର୍ଦ୍ଦେଶକ ମନମୋହନ ମହାପାତ୍ର, ଆଫଗାନିସ୍ତାନର ତେଶୁ ନାକାମୁରା ଏବଂ ବଶିଷ୍ଠ ନାରାୟଣ ସିଂହଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିଙ୍କ ନାମ ଘୋଷଣା ହୋଇଛି । 71 ତମ ସାଧାରଣତନ୍ତ୍ର ଦିବସରେ ଚଳିତ ଥର 7 ଜଣଙ୍କୁ ପଦ୍ମ ବିଭୂଷଣ ଏବଂ 16 ଜଣଙ୍କୁ ପଦ୍ମଭୂଷଣ ପାଇଁ ମନୋନୀତ କରାଯାଇଛି । ସେହିପରି 118 ଜଣ ପଦ୍ମଶ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଏମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ ।

ABOUT THE AUTHOR

...view details